ଓଡିଶା

odisha

ETV Bharat / city

Covid-19: ରାଜ୍ୟରେ ଆଉ 179 ନୂଆ ସଂକ୍ରମିତ ଚିହ୍ନଟ - କୋରୋନା ପଜିଟିଭ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 179 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Cases, ରାଜ୍ୟରେ 179 ସଂକ୍ରମିତ ଚିହ୍ନଟ
Odisha Corona Cases, ରାଜ୍ୟରେOdisha Corona Cases, ରାଜ୍ୟରେ 179 ସଂକ୍ରମିତ ଚିହ୍ନଟ 179 ସଂକ୍ରମିତ ଚିହ୍ନଟ

By

Published : Sep 5, 2022, 12:00 PM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି ଦୁଇ ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 179 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି(Odisha Reports 179 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 105 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 74 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 30 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 4, ବରଗଡରୁ 4, ଭଦ୍ରକରୁ 1, ବଲାଙ୍ଗୀରରୁ 2, ବୌଦ୍ଧରୁ 1, କଟକରୁ 8, ଦେବଗଡରୁ 3, ଢେଙ୍କାନାଳରୁ 1, ଗଜପତିରୁ 2, ଗଞ୍ଜାମରୁ 1, ଜଗତସିଂହପୁରରୁ 4, ଯାଜପୁରରୁ 6, ଝାରସୁଗୁଡାରୁ 4, କଳାହାଣ୍ଡିରୁ 1, କନ୍ଧମାଳରୁ 4, କେନ୍ଦୁଝରରୁ 1, ଖୋର୍ଦ୍ଧାରୁ 36 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-India Corona, ଆଜି 6000 ତଳେ ସଂକ୍ରମଣ

ସେହିପରି କୋରାପୁଟରୁ 1, ମୟୂରଭଞ୍ଜରୁ 6, ନବରଙ୍ଗପୁରରୁ 18, ନୟାଗଡରୁ 14, ନୂଆପଡାରୁ 3, ପୁରୀରୁ 6, ରାୟଗଡାରୁ 3, ସମ୍ବଲପୁରରୁ 4, ସୋନପୁରରୁ 5, ସୁନ୍ଦରଗଡରୁ 27 ଓ ଷ୍ଟେଟପୋଲରୁ 8 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 28 ହଜାର 644ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1723 ସକ୍ରିୟ ମାମଲା ରହିଛି ।

ନୂଆ 195 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 17 ହଜାର 687ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,32,45, 663 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି ।

ABOUT THE AUTHOR

...view details