ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୯ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୯ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୯୭ ଓ ୭୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
Odisha Corona Report: ଦିନକରେ ୧୬୯ ଆକ୍ରାନ୍ତ ଚିହ୍ନଟ - ଓଡିଶା କୋରୋନା ସଂକ୍ରମିତ ଖବର
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୯ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୫୨,୬୪୧ରେ ପହଞ୍ଚିଛି । ଅଧିକ ପଢନ୍ତୁ
Odisha Corona Report: ଦିନକରେ ୧୬୯ ଆକ୍ରାନ୍ତ ଚିହ୍ନଟ
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୮ ଜଣ ଥିବାବେଳେ ବାଲେଶ୍ବରରୁ ୨, ଭଦ୍ରକରୁ ୨, ବଲାଙ୍ଗୀରରୁ ୨, କଟକରୁ ୯, ଦେବଗଡରୁ ୫, ଗଜପତିରୁ ୩, ଗଞ୍ଜାମରୁ ୭, ଯାଜପୁରରୁ ୩, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୧, ମୟୂରଭଞ୍ଜରୁ ୩, ନୟାଗଡରୁ ୨, ପୁରୀରୁ ୨, ସମ୍ବଲପୁରରୁ ୧୦, ସୁନ୍ଦରଗଡରୁ ୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଷ୍ଟେଟପୁଲରୁ ୧୯ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୫୨,୬୪୧ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ