ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି 2ଶହ ତଳକୁ ଖସିଲା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 164 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 164 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 97 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 67 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 43 କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 1, ବରଗଡରୁ 3, ଭଦ୍ରକରୁ 3, କଟକରୁ 33, ଦେବଗଡରୁ 2, ଢେଙ୍କାନଳରୁ 1, ଗଞ୍ଜାମରୁ 3, ଜଗତସିଂହପୁରରୁ 3, ଯାଜପୁରରୁ 5, କଳାହାଣ୍ଡିରୁ 4, କନ୍ଧମାଳରୁ 10, ଖୋର୍ଦ୍ଧାରୁ 41 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 2, ମୟୂରଭଞ୍ଜରୁ 3, ନବରଙ୍ଗପୁରରୁ 3, ନୟାଗଡରୁ 5, ନୂଆପଡାରୁ 3, ପୁରୀରୁ 1, ସମ୍ବଲପୁରରୁ 4, ସୋନପୁରରୁ 4, ସୁନ୍ଦରଗଡରୁ 21 ଓ ଷ୍ଟେଟପୋଲରୁ 9 ଜଣ ସଂକ୍ରମିତ ହୋଇଛନ୍ତି ।