ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ମଙ୍ଗଳବାର ଚିହ୍ନଟ 113 ସଂକ୍ରମିତ ଅପେକ୍ଷା ଆଜି (ବୁଧବାର) ମାମଲା ବଢିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 161 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 95 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 66 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 24ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 8, ଭଦ୍ରକରୁ 3, କଟକରୁ 32, ଜଗତସିଂହପୁରରୁ 3, ଯାଜପୁରରୁ 2, ଝାରସୁଗୁଡାରୁ 3, କେନ୍ଦୁଝରରୁ 2, ଖୋର୍ଦ୍ଧାରୁ 60, ମୟୂରଭଞ୍ଜରୁ 1 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ନୂଆପଡାରୁ 1, ପୁରୀରୁ 5, ରାୟଗଡାରୁ 5, ସମ୍ବଲପୁରରୁ 1, ସୋନପୁରରୁ 8, ସୁନ୍ଦରଗଡରୁ 13 ଓ ଷ୍ଟେଟପୁଲରୁ 15 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।