ଓଡିଶା

odisha

ETV Bharat / city

Odisha Corona: ପୁଣି ଚିହ୍ନଟ ହେଲେ ୧୫୫ ଆକ୍ରାନ୍ତ - ଓଡିଶା କୋରୋନା ସଂକ୍ରମଣ

ଲଗାତାର ତୃତୀୟ ଦିନରେ କୋରୋନା ସଂକ୍ରମଣ ୧୦୦ ପାର । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୫ଜଣ ନୂଆ କୋରୋନା ଆକ୍ରାନ୍ତ (COVID-19) ଚିହ୍ନଟ ହୋଇଛନ୍ତି ।

Odisha Corona:  ପୁଣି ଚିହ୍ନଟ ହେଲେ ୧୫୫ ଆକ୍ରନ୍ତ
Odisha Corona: ପୁଣି ଚିହ୍ନଟ ହେଲେ ୧୫୫ ଆକ୍ରନ୍ତ

By

Published : Jun 30, 2022, 9:53 AM IST

ଭୁବନେଶ୍ବର:ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି । ଲଗାତାର ତୃତୀୟ ଦିନରେ ସଂକ୍ରମଣ ୧୦୦ ପାର । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୫ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୧ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୬୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୧୬ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୮, ବରଗଡରୁ ୩, ଭଦ୍ରକରୁ ୪, କଟକରୁ ୧୬,ଢେଙ୍କାନାଳରୁ ୧, ଜଗତସିଂହପୁର ୪, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୧, ଖୋର୍ଦ୍ଧାରୁ ୬୯, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧, ନୟାଗଡରୁ ୨, ପୁରୀରୁ ୯, ରାୟଗଡାରୁ ୧, ସମ୍ବଲପୁରରୁ ୩, ସୋନପୁରରୁ ୨, ସୁନ୍ଦରଗଡରୁ ୧୨ ଏବଂ ଷ୍ଟେଟପୋଲରୁ ୧୭ ଜଣ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୩୨୮ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୫୧୭ ସକ୍ରିୟ ମାମଲା ରହିଛି । ନୂଆ ୫୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୮୯ ହଜାର ୭୫୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ABOUT THE AUTHOR

...view details