ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୪ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୬ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୯୧ ଓ ୬୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି କୋରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।
Odisha Corona Report: ଦିନକରେ ୧୫୪ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୪ କୋରୋନା ପଜିଟିଭ ଚିହ୍ନଟ । ୨୬ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ଥିବା ସୂଚନା । ଅଧିକ ପଢନ୍ତୁ
Odisha Corona Report: ଦିନକରେ ୧୫୪ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୯ ଜଣ ଥିବାବେଳେ ଭଦ୍ରକରୁ ୩, ବଲାଙ୍ଗୀରରୁ ୧, ବୌଦ୍ଧରୁ ୧, କଟକରୁ ୨୦, ଦେବଗଡରୁ ୭, ଢେଙ୍କାନାଳରୁ ୨, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨, ଯାଜପୁରରୁ ୨, କଲାହାଣ୍ଡିରୁ ୧, ମୟୂରଭଞ୍ଜରୁ ୪, ନୟାଗଡରୁ ୧ ପୁରୀରୁ ୨, ରାୟଗଡାରୁ ୧, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲ୍ ସଂଖ୍ୟା ୧୯ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୫୨,୪୭୨ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ