ଓଡିଶା

odisha

By

Published : Jun 8, 2022, 10:16 AM IST

ETV Bharat / city

Odisha Corona: ଦିନକରେ 15 ପଜିଟିଭ

ଉପରମୁହାଁ ହୋଇଛି ମହାମାରୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ 15 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ 15 ସଂକ୍ରମିତ ଚିହ୍ନଟ
ଦିନକରେ 15 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 20 ତଳେ ରହିଲେ ବି ଚିନ୍ତା ବଢିଲାଣି । ଗତ ୨୪ ଘଣ୍ଟାରେ ରାଜ୍ୟରେ 15 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 10 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥି ମଧ୍ୟରୁ 3ଜଣ ଶିଶୁ ଆକ୍ରାନ୍ତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 1, କଟକରୁ 2, ଖୋର୍ଦ୍ଧାରୁ 7, ନୟାଗଡରୁ 7, ନୂଆପଡାରୁ 1, ସୁନ୍ଦରଗଡରୁ 1 ଓ ଷ୍ଟେଟପୁଲରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 545ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 105 ସକ୍ରିୟ ମାମଲା ରହିଛି । ନୂଆ 8 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 261 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କମ ରହିଛି ମାତ୍ର ଦେଶରେ ପୁଣି 5 ହଜାର ମୁହାଁ ହୋଇଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି ।

ABOUT THE AUTHOR

...view details