ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ 14 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 3 କିଶୋର କିଶୋରୀ ରହିଥିବା ବେଳେ 8 କ୍ବାରେଣ୍ଟାଇନ ସେଣ୍ଟର ଓ 6 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଖୁସି ଖବର ଖୋର୍ଦ୍ଧାରୁ ଯେଉଁଠି ପଜିଟିଭ ସଂଖ୍ୟା 1000 ପାର କରୁଥିଲା ଆଜି ଶୂନ ରହିଛି ସଂକ୍ରମିତ ମାମଲା ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 2, ବଲାଙ୍ଗୀରରୁ 3, ଦେଓଗଡରୁ 1, ଗଜପତିରୁ ୧, କେନ୍ଦ୍ରାପଡାରୁ 2 ସୋନପୁରରୁ ୧, ସୁନ୍ଦରଗଡରୁ 4 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର 874 ରେ ପହଞ୍ଚିଛି ।