ଓଡିଶା

odisha

ETV Bharat / city

Odisha Corona: ଦିନକରେ 1065 ସଂକ୍ରମିତ ଚିହ୍ନଟ - ଓଡିଶାରେ କୋରୋନା ସଂକ୍ରମଣ

ରାଜ୍ୟରେ ପୁଣି 1ହଜାର ପାର କଲା ଦୈନିକ ସଂକ୍ରମଣ । 24 ଘଣ୍ଟାରେ ରାଜ୍ୟରେ ଆଉ 1065 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Odisha Corona: ଦିନକରେ 1065 ସଂକ୍ରମିତ ଚିହ୍ନଟ
Odisha Corona: ଦିନକରେ 1065 ସଂକ୍ରମିତ ଚିହ୍ନଟ

By

Published : Jul 16, 2022, 9:55 AM IST

ଭୁବନେଶ୍ବର:ରାଜ୍ୟରେ କୋରୋନା ସଂକ୍ରମଣର ଲଙ୍ଗ ଜମ୍ପ । ପୁଣି 1ହଜାର ପାର କଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 1065 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 624 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 441 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 122 ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 361 ସଂକ୍ରମିତ ରହିଛନ୍ତି । ସେହିପରି ବାଲେଶ୍ବର 14, ଭଦ୍ରକ 5, ବଲାଙ୍ଗୀରରୁ 8, ବୌଦ୍ଧ 1, କଟକରୁ 135, ଦେଓଗଡରୁ 5, ଢେଙ୍କାନାଳ2, ଗଜପତିରୁ 3, ଗଞ୍ଜାମରୁ 6, ଜଗତସିଂହପୁର 21, ଯାଜପୁରରୁ 21, ଝାରସୁଗୁଡାରୁ 18, କଳାହାଣ୍ଡିରୁ 14, କନ୍ଧମାଳରୁ 6, କେନ୍ଦ୍ରାପଡାରୁ 18, କେନ୍ଦୁଝରରୁ 4, କୋରାପୁଟରୁ 3, ମୟୂରଭଞ୍ଜରୁ 52, ନବରଙ୍ଗପୁରରୁ 5, ନୟାଗଡରୁ 18, ନୂଆପଡାରୁ 11, ପୁରୀରୁ 44, ରାୟଗଡାରୁ 13, ସମ୍ବଲପୁରରୁ 58, ସୋନପୁରରୁ 31, ସୁନ୍ଦରଗଡରୁ 111 ଓ ଷ୍ଟେଟପୁଲରୁ 76 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12,98,240 ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 5376 ସକ୍ରିୟ ମାମଲା ରହିଛି । ନୂଆ 514ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,83,683 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details