ଭୁବନେଶ୍ବର:ରାଜ୍ୟରେ ବେକାକୁ କରୋନା । ଗତ 24 ଘଣ୍ଟାରେ ପୁଣି 1011 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 591 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 420 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 130 କିଶୋର ଆକ୍ରାନ୍ତ ହୋଇଛନ୍ତି ।
Odisha Corona: ଦିନକରେ 1011 ସଂକ୍ରମିତ ଚିହ୍ନଟ - ଓଡିଶାରେ କୋରୋନା ସଂକ୍ରମଣ
ଗତ 24 ଘଣ୍ଟାରେ ପୁଣି 1011 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୯୩ ଓ ସୁନ୍ଦରଗଡରୁ ୧୮୦ ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 1, ବାଲେଶ୍ବର 15, ବରଗଡ 18, ଭଦ୍ରକରୁ 6, ବଲାଙ୍ଗୀରରୁ 25, ବୌଦ୍ଧରୁ 12, କଟକରୁ 81, ଦେଓଗଡରୁ 4, ଢେଙ୍କାନାଳରୁ 2, ଗଜପତିରୁ 5, ଗଞ୍ଜାମରୁ ୧, ଜଗତସିଂହପୁରରୁ9, ଯାଜପୁରରୁ 22, ଝାରସୁଗୁଡାରୁ 11, କଳାହାଣ୍ଡିରୁ 33, କନ୍ଧମାଳରୁ 12, କେନ୍ଦ୍ରାପଡାରୁ 15, କେନ୍ଦୁଝରରୁ 12, କୋରାପୁଟରୁ 5, ମୟୂରଭଞ୍ଜରୁ 71, ନବରଙ୍ଗପୁରରୁ 9, ନୟାଗଡରୁ 32, ନୂଆପଡାରୁ 8, ପୁରୀରୁ 13, ରାୟଗଡାରୁ 5, ସମ୍ବଲପୁରରୁ 105, ସୋନପୁରରୁ 18 ଓ ଷ୍ଟେଟପୋଲରୁ 42 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13,06,510ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 7440ସକ୍ରିୟ ମାମଲା ରହିଛି ।