ଭୁବନେଶ୍ବର:ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଗ୍ରାଫ । ଗତ ଚାରିଦିନ ତଳର କରୋନା ସଂକ୍ରମଣକୁ ଦେଖିଲେ କ୍ରମାଗତ ଭାବରେ ଚାରିଦିନ ସଂକ୍ରମଣ 1000 ଉପରେ ରହିଛି । ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚେତନ କରିଆସୁଥିବା ବେଳେ ଗତ 7 ଦିନ ମଧ୍ୟରେ 7 ହଜାର କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ 18 ବର୍ଷରୁ କମ ପିଲାମାନେ ଗତ 7 ଦିନ ମଧ୍ୟରେ 973 ଜଣ ସଂକ୍ରମଣ ହୋଇଛନ୍ତି ।
ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ଗୋଟିଏ ସପ୍ତାହରେ 7 ହଜାର ନୂଆ ସଂକ୍ରମିତ - ରାଜ୍ୟରେ ଦିନରେ 7 ହଜାର ପାର ସଂକ୍ରମଣ
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଗ୍ରାଫ୍ । ଗତ ଚାରିଦିନ ତଳର କରୋନା ସଂକ୍ରମଣକୁ ଦେଖିଲେ କ୍ରମାଗତ ଭାବରେ ଚାରିଦିନ ସଂକ୍ରମଣ 1000 ଉପରେ ରହିଛି । ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚେତନ କରିଆସୁଥିବାବେଳେ, ଗତ 7 ଦିନ ମଧ୍ୟରେ 7 ହଜାର କରୋନା ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ 1982 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ
ଯଦି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାକୁ ନଜର ପକାଇବା ତେହେଲେ 17 ତାରିଖରେ 872, 18 ତାରିଖରେ 816, 19 ତାରିଖରେ 945 ଜଣ, 20 ତାରିଖରେ 1122 ଜଣ, 21 ତାରିଖରେ 1196 ଜଣ, 22 ତାରିଖରେ 1178 ଜଣ ଓ 23 ତାରିଖରେ 1130 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି 17 ତାରିଖରେ 123, 18 ତାରିଖରେ 118, 19 ତାରିଖରେ 110, 20 ତାରିଖରେ 164, 21 ତାରିଖରେ 169, 22 ତାରିଖରେ 146, ଓ 23 ତାରିଖରେ 143 ଜଣ 18 ବର୍ଷରୁ କମ ବୟସରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ 1305499 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ କେସ ଅଛି 7 ହଜାର 345 । ତେବେ ଖୋର୍ଦ୍ଧାରେ ସର୍ବାଧିକ 1982 ଜଣ ଆକ୍ରାନ୍ତ ରହିଥିବା ବେଳେ ସୁନ୍ଦରଗଡରେ 1178 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ ରେଡ଼ ଜୋନରେ ମୟୁରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ବୌଦ୍ଧ ଓ ସୋନପୁର ଜିଲ୍ଲା ରହିଥିବା ବେଳେ ୟେଲୋ ଜୋନରେ କଳାହାଣ୍ଡି, କଟକ ଖୋର୍ଦ୍ଧା, କନ୍ଧମାଳ, ବରଗଡ ଜିଲ୍ଲା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର