ଭୁବନେଶ୍ବର: ରାଜ୍ୟରେ ଡାହାଣୀ ଓ ଗୁଣିଗାରେଡି(black magic violence) ଆରୋପ ଜନିତ ହିଂସା ଓ ହତ୍ୟାକୁ ରୋକିବା ପାଇଁ ଭାମତିର ସ୍ବର କାର୍ଯ୍ୟ କରିଥାଏ। ଅନେକ ସମୟରେ ଏନେଇ ସଚେତନତା କରାଇବା ସହ ଅପରାଧ ବିରୋଧରେ ସ୍ବରକୁ ଶାଣିତ କରିଥାଏ । ସାଧାରଣତଃ ମହିଳା ଓ ଶିଶୁ ଏହାର ଅଧିକା ଶିକାର ହୋଇଥାନ୍ତି। ତେଣୁ ଏହାକୁ ରୋକିବା ସହ ଏ ଦିଗରେ ଲୋକଙ୍କୁ ସଚେତନତା କରିବାକୁ ଭାମତିର ସ୍ବର ନାମକ ଏକ ବ୍ଲଗ ତିଆରି ହୋଇଯାଇଛି। ଏହାର ମୁଖ୍ୟ ଆଭିମୁଖ୍ୟ ହେଉଛି ସମାଜରେ ଯେଉଁ ଡାହାଣୀ ଓ ଗୁଣିଗାରେଡି ଆରୋପଜନିତ ହିଂସା ଦେଖାଯାଉଛି, ସେଗୁଡିକ ଲୋକଲୋଚନକୁ ଆଣିବା । କାରଣ ଏସବୁ ଆଇନଗତ ଦଣ୍ଡନୀୟ ଅପରାଧ ଅଟେ ।
ଦୁଇ ହଜାର ବର୍ଷ ପୂର୍ବରୁ ଡାହାଣୀ ଜନିତ ଯେଉଁ ସବୁ ଘଟଣା ଘଟିଛି ସେଗୁଡିକ ଏଥିରେ ବର୍ଣ୍ଣିତ ହୋଇଛି। ଲୋକମାନେ ଏହି ବ୍ଲଗ ମାଧ୍ୟମରେ ନିଜ ମତାମତ ଦେଇପାରିବେ ଓ ଏହି ବିଷୟରେ ପଢିପାରିବେ। ଏହି ସବୁ ଘଟଣା ଲୋକଲୋଚନକୁ ଆସିବା ଆବଶ୍ୟକ ରହିଥିବା ବେଳେ ସିଧାସଳଖ http://medium.com.ra.swara@bhamati.ra.swara ରେ ଆପଣ ନିଜ ଅଞ୍ଚଳର ଓ ନିଜର ଅନ୍ଧବିଶ୍ବାସକୁ ସ୍ଥାନିତ କରିପାରିବେ। ଏହା ଦ୍ବାରା ସମାଜରୁ ଅନ୍ଧବିଶ୍ବାସ ଦୂରୀଭୁତ ହୋଇପାରିବ । ତେବେ ଏହି ଅନ୍ଧବିଶ୍ବାସର ପରିସଂଖ୍ୟାନକୁ ଦେଖିଲେ ରାଜ୍ୟରେ ଦିନକୁ ଦିନ ଏହା ବୃଦ୍ଧି ପାଇଛି ।