ଓଡିଶା

odisha

ଦିନକରେ 27 ଜିଲ୍ଲାରୁ 1785 ଜଣ ସୁସ୍ଥ

କୋରୋନା କବଳରୁ ସୁସ୍ଥ ହେଉଛି ଓଡିଶା । ମଙ୍ଗଳବାର ରାଜ୍ୟରେ ସର୍ବାଧିକ 1785 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ଛୁଇଁଛି 34 ହଜାର ।

By

Published : Aug 11, 2020, 9:57 PM IST

Published : Aug 11, 2020, 9:57 PM IST

ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ 1785
ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ 1785

ଭୁବନେଶ୍ବର: ରାଜ୍ୟରେ ସଂକ୍ରମିତିଙ୍କ ସହ ତାଳ ଦେଇ ବଢୁଛି ସୁସ୍ଥ ହାର । ମଙ୍ଗଳବାର ରାଜ୍ୟରେ ସର୍ବାଧିକ 1785 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ସଂଖ୍ୟା 34 ହଜାର ଛୁଇଁଛି ।

ଆଜି ଦିନକରେ 27 ଟି ଜିଲ୍ଲାର 1785 ଜଣ ସୁସ୍ଥ ହୋଇଛନ୍ତି । ଓଡିଶାରେ ସୁସ୍ଥ ସଂଖ୍ୟା 34805 ହୋଇଛି । ଗଞ୍ଜାମରେ ସୁସ୍ଥ ସଂଖ୍ୟା 404, ଖୋର୍ଦ୍ଧାରେ ସୁସ୍ଥ ସଂଖ୍ୟା 263, କଟକ ଓ ସମ୍ବଲପୁରରେ 126, କେନ୍ଦୁଝରରେ 101, ମାଲକାନଗିରିରେ 91, କନ୍ଧମାଳରେ 84, ରାୟଗଡାରେ 81, ଗଜପତିରେ 80, ଢେଙ୍କାନଲରେ 60, ମୟୂରଭଞ୍ଜରେ 50, ଯାଜପୁରରେ 49 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଭାବେ କଳାହାଣ୍ଡିରେ 48, ବାଲେଶ୍ୱରରେ 32, ନୟାଗଡରେ 31, ସୁନ୍ଦରଗଡରେ 30, ଭଦ୍ରକରେ 28, କେନ୍ଦ୍ରାପଡାରେ 24, ପୁରୀରେ 22, ବରଗଡ ଓ ନୂଆପଡାରେ 10 ଲେଖାଏଁ, ନବରଙ୍ଗପୁରରେ 8, ଜଗତସିଂହପୁର ଓ କୋରାପୁଟରେ 7 ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରରେ 5, ବୌଦ୍ଧରେ 4, ଝାରସୁଗୁଡାରେ 3 ଓ ଦେଓଗଡରେ ଜଣେ ସୁସ୍ଥ ହୋଇଥିବା ରିପୋର୍ଟ ଆସିଛି । ତେବେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 34805 ଥିବା ଜଣାପଡିଛି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details