ଓଡିଶା

odisha

ରାଜ୍ୟରେ କୋରୋନା କୋପ; ଦ୍ବିତୀୟ ଲହରରେ ହଜାରେ ଟପିଲା ସଂକ୍ରମଣ

By

Published : Apr 9, 2021, 9:51 AM IST

ଦୈନିକ ସଂକ୍ରମଣ ଏବେ ହଜାର ମୁହାଁ ହୋଇଛି । ଆଜି ରାଜ୍ୟରେ 1282 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା କୋପ
କୋରୋନା କୋପ

ଭୁବନେଶ୍ବର:ରାଜ୍ୟରେ ପୁଣି କାୟା ବିସ୍ତାର କରୁଛି କୋରୋନା । ଦୈନିକ ସଂକ୍ରମଣ ଏବେ ହଜାର ମୁହାଁ ହୋଇଛି । ଆଜି 1282 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ 755 ଓ ସ୍ଥାନୀୟ ଅଞ୍ଚଳରୁ 527 ଜଣ ରହିଛନ୍ତି । ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ 224 ଜଣ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ 49, ବାଲେଶ୍ବରରୁ 10, ବରଗଡ 84, ଭଦ୍ରକ 24, ବଲାଙ୍ଗୀର 45, କଟକ 63 , ଦେବଗଡ 3,ଗଞ୍ଜାମରୁ 32, ଗଜପତିରୁ 1, ଜଗତସିଂହପୁରରୁ 3, ଢେଙ୍କାନାଳରୁ 2, ଯାଜପୁରରୁ 24, ଝାରସୁଗୁଡାରୁ 36ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ 108, କନ୍ଧମାଳରୁ 7, କେନ୍ଦ୍ରାପଡାରୁ 6, ଖୋର୍ଦ୍ଧାରୁ 192, କେନ୍ଦୁଝର 6, କୋରାପୁଟ 8, ମୟୂରଭଞ୍ଜ 52, ନବରଙ୍ଗପୁର 27, ନୟାଗଡ 10 ନୂଆପଡା 82, ପୁରୀ 28, ରାୟଗଡା 15, ସମ୍ବଲପୁର 82, ସୋନପୁର 12, ସୁନ୍ଦରଗଡରୁ 224 ଜଣ ଆକ୍ରାନ୍ତ ରହିଥିବା ବେଳେ ଷ୍ଟେଟ ପୋଲରୁ 45ଜଣ ଆକ୍ରାନ୍ତ ରହିଛନ୍ତି । ଆଜିର ଏହି ରିପୋର୍ଟ ପରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 3ଲକ୍ଷ 45 ହଜାର 526ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 4888ଟି ସକ୍ରିୟ ମାମଲା ରହିଛି ।

ଆଜିର ଏହି ରିପୋର୍ଟ ପରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 3ଲକ୍ଷ 46 ହଜାର 808ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 5941ଟି ସକ୍ରିୟ ମାମଲା ରହିଛି । ସେପଟେ, ବର୍ତ୍ତମାନର ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲା ଉପରେ ଫୋକସ ଦେଇଛନ୍ତି ରାଜ୍ୟ ସରକାର । ପୁଣି ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବା ନେଇ ଚିନ୍ତାରେ ସରକାର ।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

ABOUT THE AUTHOR

...view details