ଓଡିଶା

odisha

କମୁନି ଭୂତାଣୁ ଭୟ; ରାଜ୍ୟରେ ଦିନକରେ 6998 ପଜିଟିଭ

By

Published : Apr 29, 2021, 8:50 AM IST

ଆଜି ରାଜ୍ୟରେ 6998 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 919 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ 6998 ପଜିଟିଭ
ଦିନକରେ 6998 ପଜିଟିଭ

ଭୁବନେଶ୍ବର:ଗତକାଲି ସଂକ୍ରମଣ 8 ହଜାର ପାର ହୋଇଥିଲା । କାଲି ଅପେକ୍ଷା ଆଜି ସଂକ୍ରମଣ ସାମାନ୍ୟ କମିଛି । ହେଲେ ଭୂତାଣୁ ଭୟ ଲୋକଙ୍କ ମନରୁ କମିନି । ଆଜି ରାଜ୍ୟରେ 6998 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 919 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣରୁ 2944ଜଣ ଚିହ୍ନଟ ହୋଇଥିବାବେଳେ 4054ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । କଟକରୁ ୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ ୩୯୬, ବରଗଡ଼ରୁ ୩୩୦, ଅନୁଗୋଳରୁ ୩୨୫,ସୋନପୁରରୁ 131ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, କନ୍ଧମାଳରୁ 57ଜଣ, କେନ୍ଦ୍ରାପଡାରୁ 77ଜଣ, ପୁରୀରୁ ୨୮୮, ଯାଜପୁରରୁ 226ଜଣ, ଜଗତସିଂହପୁରରୁ 104ଜଣ, ଢେଙ୍କାନାଳରୁ 517, ନବରଙ୍ଗପୁରରୁ ୨୫୫, ବଲାଙ୍ଗୀରରୁ ୨୩୬, ଯାଜପୁରରୁ ୨୨୬, ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦, ସୁବର୍ଣ୍ଣପୁରରୁ ୧୩୧, ଗଞ୍ଜାମରୁ ୧୨୮, ଗଜପତି ଓ ନୟାଗଡ଼ରୁ ୧୨୧ ଲେଖାଏଁ, ବାଲେଶ୍ବରରୁ ୯୭, ବୌଦ୍ଧରୁ 65ଜଣ, ଭଦ୍ରକରୁ ୯୧, କେନ୍ଦ୍ରାପଡ଼ାରୁ ୭୭, ଦେବଗଡ଼ରୁ ୭୪, ବୌଦ୍ଧରୁ ୬୫, ମାଲକାନଗିରିରୁ 30ଜଣ, କୋରାପୁଟରୁ 57, ଷ୍ଟେଟ ପୋଲରୁ ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 4 ଲକ୍ଷ 35 ହଜାର 513ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 57710ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ 10041204ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details