ଓଡିଶା

odisha

ETV Bharat / city

ରାଜ୍ୟରେ ବେକାବୁ କୋରୋନା: ଦିନକରେ 6 ହଜାର ଟପିଲା ସଂକ୍ରମଣ, 7 ମୃତ

ଦିନକୁ ଦିନ ରାଜ୍ୟରେ ଆଣାୟତ୍ତ ହେଉଛି କୋରୋନା । ଆଜି 6164 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରୁ 3575ଜଣ ଚିହ୍ନଟ ହୋଇଥିବାବେଳେ 2589ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Apr 22, 2021, 9:20 AM IST

ଆଜି 6164 ନୂଆ ପଜିଟିଭ ଚିହ୍ନଟ
ଆଜି 6164 ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ କୋରୋନା । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କୋରୋନା । ଦୈନିକ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଆଜି ସମସ୍ତ ରେକର୍ଡକୁ ପଛରେ ପକାଇଛି କୋରୋନା । ଗଲା କିଛି ଦିନ ହେବ ସୁନ୍ଦରଗଡ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ସୁନ୍ଦରଗଡକୁ ପଛରେ ପକାଇ ଦେଇଛି ଖୋର୍ଦ୍ଧା । ରାଜ୍ୟରେ ଆଜି 6141 ପଜିଟିଭ ଚିହ୍ନଟ ହୋଇଛନ୍ତି । 7ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 1132 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରେ 427 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୋଳରୁ 136, ବାଲେଶ୍ବରରୁ 78, ବରଗଡରୁ 236, ଭଦ୍ରକ 71, ବଲାଙ୍ଗୀର 226, ବୌଦ୍ଧ 38, କଟକରୁ 360, ଦେବଗଡରୁ 31ଜଣ, ଢେଙ୍କାନାଳ 17ଜଣ, ଗଜପତି 55ଜଣ, ଗଞ୍ଜାମରୁ 135ଜଣ, ଜଗତସିଂହପୁରରୁ 63ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ 154, ଝାରସୁଗୁଡାରୁ 355, କଳାହାଣ୍ଡିରୁ 452, କନ୍ଧମାଳରୁ 23ଜଣ, କେନ୍ଦ୍ରାପଡା 48ଜଣ, କେନ୍ଦୁଝର 205ଜଣ, କୋରାପୁଟ 45ଜଣ, ମାଲକାନଗିରି 16ଜଣ, ମୟୂରଭଞ୍ଜ 136ଜଣ, ନବରଙ୍ଗପୁର 207ଜଣ, ନୟାଗଡାରୁ 99ଜଣ, ନୂଆପଡାରୁ 459ଜଣ, ପୁରୀରୁ 286ଜଣ, ରାୟଗଡାରୁ 85ଜଣ, ସମ୍ବଲପୁର 229ଜଣ, ସୋନପୁରରୁ 99ଜଣ ଓ ଷ୍ଟେଟ ପୋଲରୁ 241ଜଣ ପଜିଟିଭ ହୋଇଥିବା ମାମଲା ସାମ୍ନାକୁ ଆସିଛି ।

ଆଜି 7ଜଣଙ୍କ ଜୀବନ ନେଇଛି କିଲର କୋରୋନା । ସାତଜଣଙ୍କ ଭିତରୁ ଗଞ୍ଜାମ ଓ ରାୟଗଡାରୁ ଦୁଇଜଣ ହୋଇଥିବାବେଳେ କଳାହାଣ୍ଡି,କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 1965ରେ ପହଞ୍ଚିଛି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 3 ଲକ୍ଷ 88 ହଜାର 386 ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 35075ଟି ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ 3 ଲକ୍ଷ 51 ହଜାର 386ଜଣ ସୁସ୍ଥ ହୋଇଛନ୍ତି । 9749932 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଶନି ଓ ରବିବାର ସହରାଞ୍ଚଳ ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀକୁ ଏଥିରୁ ବାଦ ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details