ଭୁବନେଶ୍ବର:ରାଜ୍ୟରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 6073 ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 3522 ଓ ସ୍ଥାନୀୟ ଅଞ୍ଚଳରୁ 2551 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ 1092ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ଆଜି କୋରୋନା 10ଜଣଙ୍କ ଜୀବନ ନେଇଛି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 239ଜଣ, ବାଲେଶ୍ବରରୁ 78ଜଣ, ବରଗଡରୁ 286ଜଣ, ଭଦ୍ରକ 65ଜଣ, ବଲାଙ୍ଗୀରୁ 457ଜଣ, ବୌଦ୍ଧରୁ 64ଜଣ, କଟକରୁ 198ଜଣ, ଦେଓଗଡ 36ଜଣ, ଢେଙ୍କାନାଳ 12ଜଣ, ଗଜପତି 79ଜଣ, ଗଞ୍ଜାମରୁ 209ଜଣ, ଜଗତସିଂହପୁରରୁ 62ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ 107, ଝାରସୁଗୁଡାରୁ 359, କଳାହାଣ୍ଡିରୁ 277, କନ୍ଧମାଳରୁ 34ଜଣ, କେନ୍ଦ୍ରାପଡା 64ଜଣ,କେନ୍ଦୁଝର 266ଜଣ, କୋରାପୁଟ 76ଜଣ, ମାଲକାନଗିରି 29ଜଣ, ମୟୂରଭଞ୍ଜ 149ଜଣ, ନବରଙ୍ଗପୁର 154ଜଣ, ନୟାଗଡ 63ଜଣ, ନୂଆପଡାରୁ 534ଜଣ, ପୁରୀରୁ 193ଜଣ, ରାୟଗଡାରୁ 77ଜଣ, ନୟାଗଡରୁ 110ଜଣ, ନୂଆପଡାରୁ 400ଜଣ, ପୁରୀରୁ 226ଜଣ, ସମ୍ବଲପୁର 158ଜଣ, ସୋନପୁରରୁ 74ଜଣ,ସୁନ୍ଦରଗଡରୁ 371ଜଣ ଓ ଷ୍ଟେଟ ପୋଲରୁ 213ଜଣ ପଜିଟିଭ ହୋଇଥିବା ମାମଲା ସାମ୍ନାକୁ ଆସିଛି ।