ଓଡିଶା

odisha

ETV Bharat / city

ଦିନକରେ 6019 ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ - ସଂକ୍ରମଣ

ଆଜି(ବୁଧବାର) 6 ହଜାର 19ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 796 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ 6019 ପଜିଟିଭ ଚିହ୍ନଟ
ଦିନକରେ 6019 ପଜିଟିଭ ଚିହ୍ନଟ

By

Published : Jun 9, 2021, 9:03 AM IST

ଭୁବନେଶ୍ବର:ରାଜ୍ୟରେ କିଛି ଦିନ ହେବ ତଳମୁହାଁ ରହିଛି ଦୈନିକ ସଂକ୍ରମଣ । ଜୁନ ମାସରେ ସଂକ୍ରମଣରେ ହ୍ରାସ ଘଟିବା ନେଇ ହୋଇଥିବା ଆକଳନ ସତ ହୋଇଛି । ମାତ୍ର ଗତକାଲି ପାଞ୍ଚ ହଜାର ମାମଲା ଆସିଥିବାବେଳେ ଆଜି(ବୁଧବାର) 6 ହଜାର 19 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 796 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 3ହଜାର 397ଜଣ ଚିହ୍ନଟ ହୋଇଥିବାବେଳେ 2ହଜାର 622ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 335, ବାଲେଶ୍ବରରୁ 286,ବଲାଙ୍ଗୀରରୁ 66, ବରଗଡରୁ 122,ଭଦ୍ରକରୁ 262, ବୌଦ୍ଧରୁ 79, କଟକରୁ 531, ଦେଓଗଡରୁ 24, ଢେଙ୍କାନାଳରୁ 291, ଗଜପତିରୁ 34, ଗଞ୍ଜାମରୁ 73, ଜଗତସିଂହପୁରରୁ 196, ଯାଜପୁରରୁ 406, ଝାରସୁଗୁଡାରୁ 41ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 70,କନ୍ଧମାଳରୁ 76, କେନ୍ଦ୍ରପଡାରୁ 218, କେନ୍ଦୁଝରରୁ 120,କୋରାପୁଟରୁ 142, ମାଲକାନଗିରିରୁ 85, ମୟୂରଭଞ୍ଜରୁ 333, ନବରଙ୍ଗପୁରରୁ 151, ନୟାଗଡରୁ 196, ନୂଆପଡାରୁ 191,ପୁରୀରୁ 324, ରାୟଗଡାରୁ 108,ସମ୍ବଲପୁରରୁ 131,ସୋନପୁରରୁ 65,ସୁନ୍ଦରଗଡରୁ 283 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 157ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ 8ଲକ୍ଷ 31ହଜାର 129ଜଣ ସଂକ୍ରମିତ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ 71ହଜାର 312ଟି ସକ୍ରିୟ ମାମଲା ରହିଛି । ସଂକ୍ରମଣ ଚେନରେ ବ୍ରେକ ଦେବାକୁ ଜୁନ 17 ପର୍ଯ୍ୟନ୍ତ ଲକଡାଉନକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରର ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details