ଓଡିଶା

odisha

By

Published : Apr 6, 2021, 11:51 AM IST

ETV Bharat / city

ଭୟାନକ ହେଉଛି ଦ୍ବିତୀୟ ଲହରୀ; ଆଜି ରାଜ୍ୟରେ 588 ନୂଆ ପଜିିଟିିଭ ଚିହ୍ନଟ

ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା । ଆଜି ରାଜ୍ୟରେ 588ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 105 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 588 ନୂଆ ପଜିିଟିିଭ
ଆଜି 588 ନୂଆ ପଜିିଟିିଭ

ଭୁବନେଶ୍ବର: ପୁଣି ବିଗିଡିଲାଣି କୋରୋନା ସ୍ଥିତି । ରାଜ୍ୟରେ ପୁଣି ଉପରମୁହାଁ ହୋଇଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 588ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 342 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 246 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 105ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 5ଜଣ, ବାଲେଶ୍ବରରୁ 13 ଜଣ, ବରଗଡରୁ 21ଜଣ, ବଲାଙ୍ଗୀରରୁ 11ଜଣ, ଭଦ୍ରକରୁ 9ଜଣ, ବୌଦ୍ଧରୁ ଜଣେ, କଟକରୁ 30ଜଣ, ଦେଓଗଡରୁ 4ଜଣ, ଢେଙ୍କାନାଳ 6ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ 27ଜଣ, ଯାଜପୁରରୁ 15ଜଣ, ଜଗତସିଂହପୁରରୁ 3ଜଣ, ଝାରସୁଗୁଡାରୁ 31ଜଣ, କଳାହାଣ୍ଡିରୁ 64ଜଣ, କନ୍ଧମାଳରୁ 3ଜଣ, କେନ୍ଦୁଝରରୁ 2ଜଣ, ଖୋର୍ଦ୍ଧାରୁ 105ଜଣ, କୋରାପୁଟରୁ 9ଜଣ, ମୟୂରଭଞ୍ଜରୁ 9ଜଣ, ନୟାଗଡରୁ 7ଜଣ, ନବରଙ୍ଗପୁରରୁ 8ଜଣ, ନୂଆପଡାରୁ 29ଜଣ, ପୁରୀରୁ 24ଜଣ, ରାୟଗଡାରୁ 6ଜଣ, ସମ୍ବଲପୁରରୁ 28ଜଣ,ସୁନ୍ଦରଗଡରୁ 84ଜଣ, ସୋନପୁରରୁ 11ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 22ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 343856ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ 3731 ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 338150 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର 9213043ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ରାଜ୍ୟରେ ପୁଣି ଏପରି ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଯଦି ଆଗକୁ ସ୍ଥିତି ଏହି ପରି ରହିବ ତେବେ ଦିନରେ କର୍ଫ୍ୟୁ ଲାଗି ପାରେ ବୋଲି ଆଶଙ୍କା କରାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details