ଓଡିଶା

odisha

ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 4851 ପଜିଟିଭ, 5 ମୃତ

ରାଜ୍ୟରେ ବେକାବୁ ସ୍ଥିତିରେ କୋରୋନା । ଆଜି ରାଜ୍ୟରେ 4 ହଜାର 841ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 703ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Apr 21, 2021, 9:57 AM IST

ଦିନକରେ 4851 ପଜିଟିଭ
ଦିନକରେ 4851 ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । ଦୈନିକ ସଂକ୍ରମଣ 5 ହଜାର ମୁହାଁ ହେବାରେ ଲାଗିଲାଣି । ଗତ 24 ଘଣ୍ଟା ମଧ୍ୟରେ 4ହଜାର 851 ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 2814 ଓ ସ୍ଥାନୀୟ ଅଞ୍ଚଳରୁ 2037 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ 703ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ଆଜି କୋରୋନା 5ଜଣଙ୍କ ଜୀବନ ନେଇଛି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 111ଜଣ, ବାଲେଶ୍ବରରୁ 52ଜଣ, ବରଗଡରୁ 318ଜଣ, ଭଦ୍ରକ 73ଜଣ, ବଲାଙ୍ଗୀରୁ 227ଜଣ, ବୌଦ୍ଧରୁ 22ଜଣ, କଟକରୁ 304ଜଣ, ଦେଓଗଡ 35ଜଣ, ଢେଙ୍କାନାଳ 31ଜଣ, ଗଜପତି 35ଜଣ, ଗଞ୍ଜାମରୁ 151ଜଣ, ଜଗତସିଂହପୁରରୁ 39ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ 64, ଝାରସୁଗୁଡାରୁ 290, କଳାହାଣ୍ଡିରୁ 79, କନ୍ଧମାଳରୁ 27ଜଣ, କେନ୍ଦ୍ରାପଡା 58ଜଣ, ଖୋର୍ଦ୍ଧାରୁ 703ଜଣ, କେନ୍ଦୁଝର 166ଜଣ, କୋରାପୁଟ 62ଜଣ, ମାଲକାନଗିରି 31ଜଣ, ମୟୂରଭଞ୍ଜ 78ଜଣ, ନବରଙ୍ଗପୁର 194ଜଣ, ନୟାଗଡ 66ଜଣ, ନୂଆପଡାରୁ 486ଜଣ, ପୁରୀରୁ 223ଜଣ, ରାୟଗଡାରୁ 85ଜଣ, ସମ୍ବଲପୁର 171ଜଣ, ସୋନପୁରରୁ 9ଜଣ,ସୁନ୍ଦରଗଡରୁ 516ଜଣ ଓ ଷ୍ଟେଟ ପୋଲରୁ 145ଜଣ ପଜିଟିଭ ହୋଇଥିବା ମାମଲା ସାମ୍ନାକୁ ଆସିଛି ।

ଆଜି 5ଜଣଙ୍କ ଜୀବନ ନେଇଛି କିଲର କୋରୋନା । ପାଞ୍ଚଜଣଙ୍କ ଭିତରୁ ନୂଆପଡାରୁ ଦୁଇଜଣ ହୋଇଥିବାବେଳେ ମୟୂରଭଞ୍ଜ, ସୁନ୍ଦରଗଡ ଓ କଟକରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 1958ରେ ପହଞ୍ଚିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 3 ଲକ୍ଷ 82 ହଜାର 315 ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 30927 ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ 3 ଲକ୍ଷ 49 ହଜାର 377ଜଣ ସୁସ୍ଥ ହୋଇଛନ୍ତି । 9706949 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଶନି ଓ ରବିବାର ସହରାଞ୍ଚଳ ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀକୁ ଏଥିରୁ ବାଦ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details