ଓଡିଶା

odisha

ETV Bharat / city

ପୁଣି ବିଗୁଡୁଛି ସ୍ଥିତି, ଆଜି 461 ନୂଆ ପଜିଟିଭ

ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା । ଆଜି ରାଜ୍ୟରେ 461 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ସର୍ବାଧିକ 86 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Apr 2, 2021, 1:56 PM IST

ଆଜି 461 ନୂଆ ପଜିଟିଭ
ଆଜି 461 ନୂଆ ପଜିଟିଭ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ପୁଣି ଉପରମୁହାଁ ହୋଇଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 461ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 272ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 189ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ନୂଆପଡାରୁ ସର୍ବାଧିକ 86ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 27ଜଣ, ବାଲେଶ୍ବରରୁ 16 ଜଣ, ବରଗଡରୁ 32ଜଣ, ବଲାଙ୍ଗୀରରୁ 3ଜଣ, ଭଦ୍ରକରୁ 5ଜଣ, କଟକରୁ 22ଜଣ, ଗଞ୍ଜାମରୁ 5ଜଣ, ଯାଜପୁରରୁ 8ଜଣ,ଝାରସୁଗୁଡାରୁ 13ଜଣ, କଳାହାଣ୍ଡିରୁ 36ଜଣ, କନ୍ଧମାଳରୁ 4ଜଣ, କେନ୍ଦ୍ରାପଡାରୁ 2ଜଣ, କେନ୍ଦୁଝରରୁ 2ଜଣ, ଖୋର୍ଦ୍ଧାରୁ 69ଜଣ, କୋରାପୁଟରୁ 4ଜଣ, ମୟୂରଭଞ୍ଜରୁ 4ଜଣ, ନୟାଗଡରୁ ଜଣେ, ନବରଙ୍ଗପୁରରୁ 9ଜଣ, ନୂଆପଡାରୁ 86ଜଣ, ପୁରୀରୁ 9ଜଣ, ରାୟଗଡାରୁ 7ଜଣ, ସମ୍ବଲପୁରରୁ 16ଜଣ,ସୁନ୍ଦରଗଡରୁ 62ଜଣ, ସୋନପୁରରୁ 4ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 15ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 341772 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ 2586ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 337212 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର 9103948 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ରାଜ୍ୟରେ ପୁଣି ଏପରି ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details