ଓଡିଶା

odisha

ETV Bharat / city

ରାଜ୍ୟରେ ପୁଣି ତିନିଶହ ପାର ସଂକ୍ରମଣ - ଆଜି 394 ପଜିିଟିଭ

ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା । ଆଜି ରାଜ୍ୟରେ 394 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 70 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 394 ନୂଆ ପଜିଟିଭ
ଆଜି 394 ନୂଆ ପଜିଟିଭ

By

Published : Apr 1, 2021, 1:28 PM IST

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ପୁଣି ତିନି ଅଙ୍କ ମୁହାଁ ହୋଇଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 394ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 231ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 163ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 70ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 24ଜଣ, ବାଲେଶ୍ବରରୁ 5 ଜଣ, ବରଗଡରୁ 34ଜଣ, ବଲାଙ୍ଗୀରରୁ 10ଜଣ, ଭଦ୍ରକରୁ 4ଜଣ, କଟକରୁ 27ଜଣ, ଢେଙ୍କାନାଳରୁ 4ଜଣ, ଗଞ୍ଜାମରୁ 7ଜଣ, ଯାଜପୁରରୁ 7ଜଣ, ଜଗତସିଂହପୁରରୁ 2ଜଣ, ଝାରସୁଗୁଡାରୁ 6ଜଣ, କଳାହାଣ୍ଡିରୁ 43ଜଣ, କେନ୍ଦ୍ରାପଡାରୁ 2ଜଣ, କେନ୍ଦୁଝରରୁ 3ଜଣ, ଖୋର୍ଦ୍ଧାରୁ 70ଜଣ, କୋରାପୁଟରୁ 4ଜଣ, ମୟୂରଭଞ୍ଜରୁ 19ଜଣ, ନୂଆପଡାରୁ 40ଜଣ, ପୁରୀରୁ 12ଜଣ, ରାୟଗଡାରୁ 3ଜଣ, ନବରଙ୍ଗପୁରରୁ 3ଜଣ, ନୟାଗଡରୁ 1, ସମ୍ବଲପୁରରୁ 14ଜଣ,ସୁନ୍ଦରଗଡରୁ 31ଜଣ, ସୋନପୁରରୁ 4ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 15ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 341311ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ 2246ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 337091ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର9073232 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ରାଜ୍ୟରେ ପୁଣି ଏପରି ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details