ଓଡିଶା

odisha

ଭୟାନକ ହେଉଛି ସ୍ଥିତି; ରାଜ୍ୟରେ ଆଜି 2989 ପଜିଟିଭ ଚିହ୍ନଟ

By

Published : Apr 15, 2021, 9:24 AM IST

Updated : Apr 15, 2021, 9:30 AM IST

ପୁଣି ବିଗିଡିବାରେ ଲାଗିଲାଣି କୋରୋନା ସ୍ଥିତି । ଆଜି ରାଜ୍ୟରେ ମୋଟ 2989ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 2989 ପଜିଟିଭି ଚିହ୍ନଟ
ଆଜି 2989 ପଜିଟିଭି ଚିହ୍ନଟ

ଭୁବନେଶ୍ବର:ପୁଣି ବିଗିଡିବାରେ କୋରୋନା ସ୍ଥିତି । ରାଜ୍ୟରେ ପୁଣି ତିନିଅଙ୍କ ମୁହାଁ ହୋଇଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 2989ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 1733ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 1256 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 631ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 65ଜଣ, ବାଲେଶ୍ବରରୁ 83 ଜଣ, ବରଗଡରୁ 126ଜଣ, ବଲାଙ୍ଗୀରରୁ 110ଜଣ, ଭଦ୍ରକରୁ 34ଜଣ, ବୌଦ୍ଧରୁ 10ଜଣ, କଟକରୁ 208ଜଣ, ଦେଓଗଡରୁ 23ଜଣ, ଢେଙ୍କାନାଳ 21ଜଣ, ଗଜପତିରୁ 15 ଜଣ, ଗଞ୍ଜାମରୁ 63ଜଣ, ଯାଜପୁରରୁ 51ଜଣ, ଜଗତସିଂହପୁରରୁ 24ଜଣ, ଝାରସୁଗୁଡାରୁ 84ଜଣ, କଳାହାଣ୍ଡିରୁ 260ଜଣ, କନ୍ଧମାଳରୁ 8ଜଣ, କେନ୍ଦ୍ରାପଡାରୁ 11, କେନ୍ଦୁଝରରୁ 77ଜଣ, ଖୋର୍ଦ୍ଧାରୁ 438ଜଣ, କୋରାପୁଟରୁ 14ଜଣ, ମୟୂରଭଞ୍ଜରୁ 38ଜଣ,ମାଲକାନଗିରିରୁ 2ଜଣ, ନୟାଗଡରୁ 12ଜଣ, ନବରଙ୍ଗପୁରରୁ 43ଜଣ, ନୂଆପଡାରୁ 151ଜଣ, ପୁରୀରୁ 112ଜଣ, ରାୟଗଡାରୁ 27ଜଣ, ସମ୍ବଲପୁରରୁ 148ଜଣ,ସୁନ୍ଦରଗଡରୁ 631ଜଣ, ସୋନପୁରରୁ 6ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 94ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3ଲକ୍ଷ 58 ହଜାର 342 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ 14621ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ3 ଲକ୍ଷ 41 ହଜାର 733 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର 9496291 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ଦିନକୁ ଦିନ ଭୟଙ୍କର ହେଉଛି ଦ୍ବିତୀୟ ଲହର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Apr 15, 2021, 9:30 AM IST

ABOUT THE AUTHOR

...view details