ଓଡିଶା

odisha

ETV Bharat / city

ରାଜ୍ୟରେ ଦିନକରେ 2000 ପାର ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଦ୍ବିତୀୟ ଲହର କୋପରେ ବଢୁଛି ସଂକ୍ରମଣ । ଆଜି ରାଜ୍ୟରେ 2267 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 458 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି  2267 ନୂଆ ପଜିଟିଭ
ଆଜି 2267 ନୂଆ ପଜିଟିଭ

By

Published : Apr 14, 2021, 9:25 AM IST

ଭୁବନେଶ୍ବର: ପୁଣି ବିଗିଡିଲାଣି କୋରୋନା ସ୍ଥିତି । ରାଜ୍ୟରେ ଉପରମୁହାଁ ହୋଇଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 2267 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 1314 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 953 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 458ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 48ଜଣ, ବାଲେଶ୍ବରରୁ 67 ଜଣ, ବରଗଡରୁ 120ଜଣ, ବଲାଙ୍ଗୀରରୁ 93ଜଣ, ଭଦ୍ରକରୁ 28ଜଣ, କଟକରୁ 117ଜଣ, ଦେଓଗଡରୁ 12ଜଣ, ଢେଙ୍କାନାଳ 5ଜଣ, ଗଜପତିରୁ 31 ଜଣ, ଗଞ୍ଜାମରୁ 70ଜଣ, ଯାଜପୁରରୁ 52ଜଣ, ଜଗତସିଂହପୁରରୁ 35ଜଣ, ଝାରସୁଗୁଡାରୁ 55ଜଣ, କଳାହାଣ୍ଡିରୁ 34ଜଣ, କନ୍ଧମାଳରୁ 12ଜଣ, କେନ୍ଦ୍ରାପଡାରୁ 12ଜଣ, କେନ୍ଦୁଝରରୁ 55ଜଣ, ଖୋର୍ଦ୍ଧାରୁ 348ଜଣ, କୋରାପୁଟରୁ 12ଜଣ, ମୟୂରଭଞ୍ଜରୁ 60ଜଣ,ମାଲକାନଗିରିରୁ 2ଜଣେ, ନୟାଗଡରୁ 19ଜଣ, ନବରଙ୍ଗପୁରରୁ 104ଜଣ, ନୂଆପଡାରୁ 303ଜଣ, ପୁରୀରୁ 70ଜଣ, ରାୟଗଡାରୁ 27ଜଣ, ସମ୍ବଲପୁରରୁ 120ଜଣ,ସୁନ୍ଦରଗଡରୁ 458ଜଣ, ସୋନପୁରରୁ 6ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 81ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 355353 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ 12244 ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 341123ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର 9461720 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ଦେଶରେ ସଂକ୍ରମଣ ବୃଦ୍ଧି ନେଇ ଆଜି କୋଭିଡ ସ୍ଥିତି ସମୀକ୍ଷା ନେଇ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ସହିତ ଆଲୋଚନା କରିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details