ଓଡିଶା

odisha

ରାଜ୍ୟରେ କମୁନି କୋରୋନା କୋପ; ଆଜି 208 ନୂଆ ପଜିଟିଭ

By

Published : Mar 29, 2021, 11:36 AM IST

ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା । ଆଜି ରାଜ୍ୟରେ 208 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 208 ନୂଆ ପଜିଟିଭ
ଆଜି 208 ନୂଆ ପଜିଟିଭ

ଭୁବନେଶ୍ବର:ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 208ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 122ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 86ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 71ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 3ଜଣ, ବାଲେଶ୍ବରରୁ 8ଜଣ, ବରଗଡରୁ 22ଜଣ, ବୌଦ୍ଧ 1, ବଲାଙ୍ଗୀରରୁ 4ଜଣ, କଟକରୁ 15ଜଣ, ଗଞ୍ଜାମରୁ 3ଜଣ, ଯାଜପୁରରୁ 8ଜଣ, ଝାରସୁଗୁଡାରୁ 22ଣ, କଳାହାଣ୍ଡିରୁ 3ଜଣ, କେନ୍ଦ୍ରାପଡାରୁ 3, ଖୋର୍ଦ୍ଧାରୁ 33ଜଣ, ମୟୂରଭଞ୍ଜରୁ 9ଜଣ, ନୂଆପଡାରୁ 36ଜଣ, ପୁରୀରୁ 9ଜଣ, ରାୟଗଡାରୁ 1, ନବରଙ୍ଗପୁରରୁ 1, ସମ୍ବଲପୁରରୁ 5ଜଣ,ସୁନ୍ଦରଗଡରୁ 7ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 7ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 340402 ଜଣ କୋରୋନା ସଂକ୍ରମିତ ରହିଛନ୍ତି । ଏବେ ରାଜ୍ୟରେ 1737ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 336691ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର 9001450 କୋରୋନା ପରୀକ୍ଷା କରାଯାଇଛି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ରାଜ୍ୟରେ ପୁଣି ଏପରି ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details