ଭୁବନେଶ୍ବର:ରାଜ୍ୟରେ କମିବାର ନାଁ ନେଉନାହିଁ ସଂକ୍ରମଣ । ଘାତକ ହୋଇଛି ମେ’ ମାସ । ମେ ରେ ସଂକ୍ରମଣ ବଢିବା ନେଇ କରାଯାଇଥିବା ଅନୁମାନ ସତ ହୋଇଛି । ଲଗାତାର କିଛି ଦିନ ହେବ ରାଜ୍ୟରେ ଦୈନିକ 10ରୁ 11ହଜାର ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଆଜି ରାଜ୍ୟରେ ପୁଣି 12 ହଜାର 852 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1909 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 7ହଜାର 195ଜଣ ଚିହ୍ନଟ ହୋଇଥିବାବେଳେ 5ହଜାର 657ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 874, ବାଲେଶ୍ବରରୁ 508,ବଲାଙ୍ଗୀରରୁ 274, ବରଗଡରୁ 451,ଭଦ୍ରକରୁ 151, ବୌଦ୍ଧରୁ 347, କଟକରୁ 1073, ଦେଓଗଡରୁ 105, ଢେଙ୍କାନାଳରୁ 482, ଗଜପତିରୁ 77, ଗଞ୍ଜାମରୁ 340, ଜଗତସିଂହପୁରରୁ 300, ଯାଜପୁରରୁ 337, ଝାରସୁଗୁଡାରୁ 399ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।