ଓଡିଶା

odisha

By

Published : May 10, 2021, 6:48 AM IST

ETV Bharat / city

ଆଜି ବି 10 ହଜାର ପାର୍‌ ଦୈନିକ ସଂକ୍ରମଣ, ଆଗରେ ଖୋର୍ଦ୍ଧା

ଆଜି ରାଜ୍ୟରେ 10031 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1329 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି ବି 10ହଜାର ପାର
ଆଜି ବି 10ହଜାର ପାର

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉ ନାହିଁ କୋରୋନା ସଂକ୍ରମଣ । ମେ’ ମାସରେ ସଂକ୍ରମଣ ବଢିବା ନେଇ କରାଯାଉଥିବା ଅନୁମାନ ସତ ହୋଇଛି । ଲଗାତାର କିଛି ଦିନ ହେବ ରାଜ୍ୟରେ ଦୈନିକ 10ରୁ 11ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟରେ 10031 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1329 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 456, ବାଲେଶ୍ବରରୁ 230,ବଲାଙ୍ଗୀରରୁ 248, ବରଗଡରୁ 450,ଭଦ୍ରକରୁ 248, ବୌଦ୍ଧରୁ 183, କଟକରୁ 720, ଦେଓଗଡରୁ 118, ଢେଙ୍କାନାଳରୁ 244, ଗଜପତିରୁ 89, ଗଞ୍ଜାମରୁ 209, ଜଗତସିଂହପୁରରୁ 115, ଯାଜପୁରରୁ 328, ଝାରସୁଗୁଡାରୁ 418ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି,କଳାହାଣ୍ଡିରୁ 433, କନ୍ଧମାଳରୁ 75, କେନ୍ଦ୍ରପଡାରୁ 243, କେନ୍ଦୁଝରରୁ 166,କୋରାପୁଟରୁ 142,ମାଲକାନଗିରିରୁ 62,ମୟୂରଭଞ୍ଜରୁ 207,ନବରଙ୍ଗପୁରରୁ 306,ନୟାଗଡରୁ 269, ନୂଆପଡାରୁ 311,ପୁରୀରୁ 708 ରାୟଗଡାରୁ 132,ସମ୍ବଲପୁରରୁ 302,ସୋନପୁରରୁ 169,ସୁନ୍ଦରଗଡରୁ 824 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 271ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details