ଭୁବନେଶ୍ବର:ରାଜ୍ୟରେ ଅଣାୟତ୍ତ ହେଲାଣି କୋରୋନା । ଲଗାତର ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଆଜି ମଧ୍ୟ 10 ହଜାର ପାର କରିଛି ଦୈନିକ ସଂକ୍ରମଣ । 24 ଘଣ୍ଟାରେ ରାଜ୍ୟରେ 10ହଜାର 635 ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1564 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଉପର ମୁହାଁ କୋରୋନା ଗ୍ରାଫ, ଦିନକରେ 10,635 ପଜିଟିଭ ଚିହ୍ନଟ - କୋରୋନା ଆକ୍ରାନ୍ତ
ରାଜ୍ୟରେ ଅଣାୟତ୍ତ କୋରୋନା । 24 ଘଣ୍ଟାରେ ରାଜ୍ୟରେ 10ହଜାର 635 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...
ସେହିପରି ସୁନ୍ଦରଗଡରୁ 943, କଟକରୁ 887, ସମ୍ବଲପୁରରୁ 641, ଅନୁଗୁଳରୁ 559, ପୁରୀରୁ 434, ନବରଙ୍ଗପୁରରୁ 336, ନୂଆପଡାରୁ 324, ବାଲେଶ୍ବରରୁ 301, ବରଗଡରୁ 443, ଭଦ୍ରକରୁ 100, ବଲାଙ୍ଗୀରରୁ 318, ବୌଦ୍ଧରୁ 179, ଦେବଗଡରୁ 137, ଢେଙ୍କାନାଳରୁ 146, ଗଜପତିରୁ 101, ଗଞ୍ଜାମରୁ 266, ଜଗତସିଂହପୁରରୁ 140, ଯାଜପୁରରୁ 290, ଝାରସୁଗୁଡାରୁ 140, କଳାହାଣ୍ଡିରୁ 469, କେନ୍ଦ୍ରାପଡାରୁ 117, କେନ୍ଦୁଝରରୁ 193, କୋରାପୁଟରୁ 127, ମାଲକାନଗିରିରୁ 79, ମୟୂରଭଞ୍ଜରୁ 179, ନୟାଗଡରୁ 253, ରାୟଗଡାରୁ 158, ସୋନପୁରରୁ 149, କନ୍ଧମାଳରୁ 73, ଏବଂ ଷ୍ଟେଟପୁଲରୁ 273 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 5 ଲକ୍ଷ 34 ହଜାର 842ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ