ଓଡିଶା

odisha

ETV Bharat / city

ଅଗଷ୍ଟରେ ଧାର୍ଯ୍ୟ ଲକ୍ଷ୍ୟକୁ ପାରେଇଲା ବର୍ଷା - ବର୍ଷା ରେକର୍ଡ

ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୬.୩ ମିଲିମିଟର (୬୧.୫ ପ୍ରତିଶତ ଅଧିକ) ବର୍ଷା ରେକର୍ଡ । ପୁରୀ ଜିଲ୍ଲାରେ ସର୍ବନିମ୍ନ ୨୮୭.୬ ମିଲିମିଟର (୩.୪ ପ୍ରତିଶତ କମ) ବର୍ଷା ରେକର୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 1, 2019, 4:30 AM IST

ଭୁବନେଶ୍ବର: ରାଜ୍ୟରେ ଚଳିତ ଅଗଷ୍ଟ ମାସରେ ୨୪.୫ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏମାସ ଓଡିଶାରେ ୪୪.୩ ପ୍ରତିଶତ ବର୍ଷା ହୋଇଛି । ଏହା ଧାର୍ଯ୍ୟ ବର୍ଷା ୩୫୬ ମିଲିମିଟର ଠାରୁ ୨୪.୫ ପ୍ରତିଶତ ଅଧିକ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୬.୩ ମିଲିମିଟର (୬୧.୫ ପ୍ରତିଶତ ଅଧିକ) ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ସର୍ବନିମ୍ନ ୨୮୭.୬ ମିଲିମିଟର (୩.୪ ପ୍ରତିଶତ କମ) ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୨୦୧୯ ଜୁନ ପହିଲାରୁ ୩୧ ଅଗଷ୍ଟ ଭିତରେ ୫ଟି ଜିଲ୍ଲାରେ ଅଧିକ ବର୍ଷା ହେଉଛି । ସେଗୁଡିକ ହେଲା କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର ଏବଂ ଝାରସୁଗୁଡା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ସମସ୍ତ ଉପକୂଳ, ମଧ୍ୟ, ପୂର୍ବ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଜୁନ ପହିଲାରୁ ଅଗଷ୍ଟ ୪ ପର୍ଯ୍ୟନ୍ତ 4ଟି ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଅନୁଗୋଳ ଓ ଦେଓଗଡରେ ଆବଶ୍ୟକତା ଠାରୁ କମ ବର୍ଷା ହୋଇଛି । ଜୁନ ପହିଲାରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମାଲକାନଗିରିରେ ସର୍ବାଧିକ ୧୫୪୮.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଗଜପତି ଜିଲ୍ଲାରେ ସବୁଠୁ କମ ୬୧୬.୬ ମିଲିମିଟର ବର୍ଷା ହୋଇଛି ।

ଜୁନଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚଳିତ ବର୍ଷ ମୋଟ ୩୫.୭ଟି ବର୍ଷା ଦିନ ରହିଛି । ଗତ ୩ ମାସ ଭିତରେ ରାଜ୍ୟରେ ୬୬ଟି ବ୍ଲକରେ ଅଧିକ ବର୍ଷା ହୋଇଛି । ସେହିପରି ୧୬୯ ବ୍ଲକରେ ସ୍ବାଭାବିକ ବର୍ଷା ହୋଇଛି । ୬୮ଟି ବ୍ଲକରେ କମ ବର୍ଷା ରେକର୍ଡ ହୋଇଛି । ୧୧ଟି ବ୍ଲକରେ ସାଙ୍ଘାତିକ କମ ପରିମାଣର ବର୍ଷା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details