ଓଡିଶା

odisha

ETV Bharat / city

ଲୁଚକାଳି ଖେଳୁଛି ମୌସୁମୀ, ଆଜି ସୁଦ୍ଧା 19 ପ୍ରତିଶତ କମ୍ ବର୍ଷା ରେକର୍ଡ - 19 ପ୍ରତିଶତ କମ୍ ବର୍ଷା

ଓଡିଶାରେ ନୈରାଶ୍ୟ ଜନକ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଜୁନ ପହିଲାରୁ ଆଜି ସୁଦ୍ଧା ୨୨୨.୫ ମିମି ବର୍ଷା ରେକର୍ଡ । ଏହା ସ୍ବାଭାବିକ ବର୍ଷା ଠାରୁ 19 ପ୍ରତିଶତ କମ୍ । ଅଧିକ ପଢନ୍ତୁ...

ଲୁଚକାଳି ଖେଳୁଛି ମୌସୁମୀ, ଆଜି ସୁଦ୍ଧା 19 ପ୍ରତିଶତ କମ୍ ବର୍ଷା ରେକର୍ଡ
ଲୁଚକାଳି ଖେଳୁଛି ମୌସୁମୀ, ଆଜି ସୁଦ୍ଧା 19 ପ୍ରତିଶତ କମ୍ ବର୍ଷା ରେକର୍ଡ

By

Published : Jul 6, 2021, 8:57 PM IST

ଭୁବନେଶ୍ବର: ରାଜ୍ୟରେ ଲୁଚକାଳି ଖେଳୁଛି ମୌସୁମୀ । ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ଅତ୍ୟନ୍ତ ନୈରାଶ୍ୟ ଜନକ ରହିଛି । 1 ଜୁନ ରୁ 6 ଜୁଲାଇ ଯାଏଁ ଓଡିଶାରେ ୨୨୨.୫ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୨୭୫.୭ ମିମି ଠାରୁ ୧୯ ପ୍ରତିଶତ କମ୍ ରହିଛି ।

୧ ଜୁନରୁ ୬ ଜୁଲାଇ ମଧ୍ୟରେ ୧୫ ଜିଲ୍ଲା ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହୋଇଛି । ଏହା ସ୍ଵାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ୍ ରହିଛି ।

ଏହି ସମୟ ପରିଧି ମଧ୍ୟରେ କେବଳ କୋରାପୁଟ ଜିଲ୍ଲାରେ ସର୍ବାଧିକ ୩୨୯.୦ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକ ବର୍ଷା ଠାରୁ ୨୦% ଅଧିକ ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୧୧୫.୭ ମିମି ବର୍ଷା ଯାହା ସ୍ୱାଭାବିକ ବର୍ଷା ଠାରୁ ୫୫% କମ୍ ରେକର୍ଡ କରାଯାଇଛି । ଅବଶିଷ୍ଟ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।



ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରେ ୫୫ %, ଗଜପତିରେ ୪୯%, ଯାଜପୁରରେ ୪୬% ଏବଂ କେନ୍ଦୁଝର ଜିଲ୍ଲାରେ ୪୪% କମ ବର୍ଷା ରେକର୍ଡ କରାଯାଇଛି । ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ୱର ଠାରେ ୩୭୬.୩ ମିମି ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨.୧ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୦.୩ ମିମି ଠାରୁ ୭୯% କମ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details