ହାଇଦ୍ରାବାଦ:'ଭାରତ କୋଭିଡ-19 ଜରୁରୀକାଳୀନ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ୍’ ଅଧୀନରେ ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ମାଧ୍ୟମରେ 6309.90 କୋଟି ପାଣ୍ଠି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ସରକାର ଯୋଗାଇଛନ୍ତି । ତେବେ ଏହି ପାଣ୍ଠି ମଧ୍ୟରୁ ରାଜ୍ୟକୁ 109.13 କୋଟି ଟଙ୍କା ମିଳିଥିବା ଜଣାପଡିଛି ।
କୋଭିଡ଼ ଜରୁରୀକାଳୀନ ପ୍ୟାକେଜ: ଓଡ଼ିଶାକୁ ମିଳିଲା 773.24 କୋଟି - କେନ୍ଦ୍ର ସରକାରଙ୍କ କୋଭିଡ଼ ଜରୁରୀକାଳୀନ ପ୍ୟାକେଜ
ଜାତୀୟ ସ୍ବାସ୍ଥ୍ୟ ମିଶନ ମାଧ୍ୟମରେ କୋଭିଡ-19 ଜରୁରୀକାଳୀନ ଚିକିତ୍ସା ଏବଂ ସ୍ବାସ୍ଥ୍ୟବ୍ୟବସ୍ଥା ପ୍ରସ୍ତୁତି ପାଇଁ ରାଜ୍ୟକୁ 773.24 କୋଟି ଟଙ୍କା ମିଳିଛି । ଅଧିକ ପଢନ୍ତୁ...
କେନ୍ଦ୍ର ସରକାରଙ୍କ କୋଭିଡ଼ ଜରୁରୀକାଳୀନ ପ୍ୟାକେଜ, ଓଡ଼ିଶାକୁ 773.24 କୋଟି
ତେବେ 28ଟି ରାଜ୍ୟ ମଧ୍ୟରୁ ସର୍ବାଧିକ ଅର୍ଥ 773.24 କୋଟି ଟଙ୍କା ତାମିଲନାଡୁକୁ ମିଳିଥିବା ବେଳେ ସର୍ବନିମ୍ନ ଅର୍ଥ 5.44 କୋଟି ଟଙ୍କା ସିକିମକୁ ମିଳିଛି । ସେହିପରି 9ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ସର୍ବାଧିକ ଅର୍ଥ 651.46 ଦିଲ୍ଲୀକୁ ମିଳିଥିବା ବେଳେ ସର୍ବନିମ୍ନ ଅର୍ଥ 0.40 ଲାକ୍ଷାଦ୍ବୀପକୁ ମିଳିଛି । ତେବେ କେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେତେ ଅର୍ଥ ମିଳିଛି ସେ ସମ୍ପର୍କରେ ନିମ୍ନ ତାଲିକାରେ ଦର୍ଶାଯାଇଛି ।