ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ବେକାରୀ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ବିଭିନ୍ନ ସହରାଞ୍ଚଳଗୁଡିରେ ବେକାରୀ ହାର ବୃଦ୍ଧି ଚିନ୍ତାଜନକ ହୋଇଛି । କୋରୋନା ମହାମାରୀ ପାଇଁ ଅନେକ ଲୋକ ସେମାନଙ୍କ ଚାକିରି ହରାଇଥିବା କାରଣରୁ ସହରାଞ୍ଚଳରେ ବେକାରୀ ହାର ବଢିଛି । ତେବେ ବେକାରୀରେ ଓଡିଶାର ସ୍ଥାନ ଚତୁର୍ଥରେ ରହିଛି ।
ବର୍ତ୍ତମାନ ସହରାଞ୍ଚଳରେ ବେକାରୀ ହାର ୧୦.୩ ପ୍ରତିଶତ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ବେକାରୀ ହାର ୭.୮ ପ୍ରତିଶତ ଥିଲା । ମହାମାରୀ ଏବଂ ଲକଡାଉନ୍ ଆରମ୍ଭରୁ ୨୦୧୯-୨୦ର ଏପ୍ରିଲ-ଜୁନ୍ରେ ବେକାରୀ ହାର ୨୦.୮ ପ୍ରତିଶତ ଭଳି ଉଚ୍ଚସ୍ତରରେ ଥିବାବେଳେ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ତାହା ୧୩.୨ ପ୍ରତିଶତକୁ ହ୍ରାସ ପାଇଥିଲା । ପୁଣି ଦ୍ବିତୀୟ ଲହର ପରେ ଅର୍ଥନୀତିକୁ ଖୋଲାଯିବା ଦ୍ବାରା ରୋଜଗାର ସ୍ଥିତିରେ କିଛିଟା ଉନ୍ନତି ଆସିଥିବା କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପିଏଲଏଫଏସ ରିପୋର୍ଟରୁ ଏହା ଜଣାଯାଇଛି ।