ଭୁବନେଶ୍ବର:କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ପ୍ରଶାସନ ମଧ୍ୟ ଚିନ୍ତାରେ ରହିଛି । ଓମିକ୍ରନ ବିପଦ ଦେଶରୁ ଫେରିଥିବା ଲୋକଙ୍କୁ ଖୋଜା ଚାଲିଛି । ଏହାଏକ ଡାଇନାମିକ ପ୍ରୋସେସ୍ । କେନ୍ଦ୍ର ସରକାର ଯାହା ତଥ୍ୟ ଦେଉଛନ୍ତି, ତାହା ଜିଲ୍ଲାକୁ ପଠା ଯାଉଛି । କୋଭିଡର ନୂଆ ଭାରିଆଣ୍ଟ୍ ଓମିକ୍ରନକୁ ନେଇଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ।
ଏହି ଭାରିଆଣ୍ଟ୍କୁ ମାତ୍ ଦେବାକୁ ହେଲେ ଲୋକଙ୍କ ସହଯୋଗ ସର୍ବୋପରି ରହିବ । ବାହାର ରାଷ୍ଟ୍ରରୁ ଫେରିଥିବା ଲୋକମାନେ ସ୍ବତ୍ତପ୍ରବୃତ୍ତ ଭାବରେ ଆସିକି ଟେଷ୍ଟ୍ କରାନ୍ତୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଟେଷ୍ଟ ପରେ ସମ୍ପୃକ୍ତ ଲୋକ ଘରେ ରହିବେ । ଏଥିପାଇଁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ।