ଓଡିଶା

odisha

ETV Bharat / city

ଆସନ୍ତା 14ରୁ ପ୍ରଥମରୁ ସପ୍ତମ ସ୍କୁଲ ଖୋଲିବ, 28ରୁ କ୍ଲାସରୁମ ପାଠପଢା - ସ୍କୁଲ୍ ଖୋଲିବା ଖବର

ଆସନ୍ତା 14ରୁ ପ୍ରାଥମିକ ସ୍କୁଲ୍ ପିଲାଙ୍କ ସ୍କୁଲ୍ ଖୋଲିବା ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ । ସ୍କୁଲରେ ମତଦାନ ପ୍ରକ୍ରିୟା ଚାଲିବାକୁ ଥିବାରୁ ୧୪ ରୁ ୨୮ ଅନଲାଇନ କ୍ଲାସ ଘୋଷଣା । ଅଧିକ ପଢନ୍ତୁ

14 ରୁ ପ୍ରଥମରୁ ସପ୍ତମ ସ୍କୁଲ ଖୋଲିବ, 28 ରୁ କ୍ଲାସରୁମ ପାଠପଢା
14 ରୁ ପ୍ରଥମରୁ ସପ୍ତମ ସ୍କୁଲ ଖୋଲିବ, 28 ରୁ କ୍ଲାସରୁମ ପାଠପଢା

By

Published : Feb 10, 2022, 8:09 PM IST

ଭୁବନେଶ୍ବର: ଆସନ୍ତା 14ରୁ ପ୍ରାଥମିକ ସ୍କୁଲ୍ ପିଲାଙ୍କ ସ୍କୁଲ୍ ଖୋଲିବା ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ । ସ୍କୁଲ୍ ଖୋଲୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଆସିବାକୁ ପଡିବନି ସ୍କୁଲ୍ । କାରଣ ୧୪ ରୁ 28 ପର୍ଯ୍ୟନ୍ତ ଅନଲାଇନ କ୍ଲାସ ନେଇ ଘୋଷଣା କରିଛି ରାଜ୍ୟ ଶିକ୍ଷା ବିଭାଗ । 28 ତାରିଖରୁ କ୍ଲାସ୍‌ରୁମ୍ ପାଠପଢା ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ:- ଆସନ୍ତା 14ରୁ ଖୋଲିବ ଘରୋଇ ପ୍ଲେ ଓ କେଜି ସ୍କୁଲ


28 ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । 14 ତାରିଖରୁ ଅନଲାଇନ କ୍ଲାସ ଆରମ୍ଭ ହେବ । ଅନ୍ୟପଟେ ଅନେକ ସ୍କୁଲ କ୍ୟାମ୍ପସରେ ମତଦାନ କେନ୍ଦ୍ର କରାଯାଇଛି । COVID -19 ସମୟରେ ଛୋଟ ପିଲାମାନେ ବିଦ୍ୟାଳୟ ଗଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ଦର୍ଶାଇ ଅନଲାଇନ କ୍ଲାସ ବିକଳ୍ପ ବାଛିଛନ୍ତି ସରକାର । 14 ତାରିଖରୁ ସ୍କୁଲକୁ ଶିକ୍ଷକ, କର୍ମଚାରୀମାନେ ଆସିବେ ଓ ପରିସର ସଫେଇ କାର୍ଯ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି । ଭୋଟ ପାଇଁ ସ୍କୁଲରେ ବୁଥ୍ ହେବାକୁ ଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details