ଭୁବନେଶ୍ବର: କଂଗ୍ରେସ ସଦ୍ଭାବନା ସମାବେଶ (Odisha Congress Sadbhavana rally) । ରାଜ୍ୟର ଯୁବପିଢ଼ିଙ୍କ ନିକଟରେ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତାକୁ ପହଞ୍ଚାଇବା ପାଇଁ ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସଦଭାବନା ସମାବେଶ କରାଯାଇଛି ।
ଓଡିଶା କଂଗ୍ରେସ ଗଠନକୁ 100 ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସର ସଦଭାବନା ରାଲି । ରାଜ୍ୟର 33 ସାଙ୍ଗଠନିକ ଜିଲ୍ଲାରୁ ସେବା ଦଳର କର୍ମୀମାନେ ଏଥିରେ ଯୋଗ ଦେଇଛନ୍ତି । କଂଗ୍ରେସ ଭବନରୁ ଏହି ରାଲି ବାହାରି ସହର ପରିକ୍ରମା କରିଥିଲା । ତଥା ଓଡ଼ିଶା ପ୍ରଭାରୀ ଡଃ ଏ ଚେଲ୍ଲାକୁମାର ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ତୁଙ୍ଗ ନେତା ଏହି ରାଲିରେ ଯୋଗ ଦେଇଛନ୍ତି । ରାଲି କଂଗ୍ରେସ ଭବନରେ ପହଞ୍ଚିବାରେ ଏକ ସଭା ଅନୁଷ୍ଠିତ ହୋଇଛି । ତେବେ ଏହି ସମାବେଶ ମାଧ୍ୟମରେ ଗାନ୍ଧୀ ଗୋପବନ୍ଧୁଙ୍କ ବାର୍ତ୍ତାକୁ ରାଜ୍ୟବାସୀଙ୍କ ପାଖକୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବ ସେବା ଦଳ । ସବୁ ଧର୍ମ ସଂସ୍ଥାର କର୍ମକର୍ତ୍ତାମାନେ ଏହି ବିଶାଳ ସଦଭାବନା ସମାବେଶରେ ଯୋଗ ଦେଇଥିଲେ।