ଓଡିଶା

odisha

By

Published : Oct 7, 2021, 4:43 PM IST

Updated : Oct 7, 2021, 5:17 PM IST

ETV Bharat / city

'ବହୁଦିନ ସଭାପତି ରହିଲିଣି ପରିବର୍ତ୍ତନ ହୋଇପାରେ'

ପିପିଲି ଉପନିର୍ବାଚନ ଫଳାଫଳ ପରେ ପିସିସି ସଭାପତିଙ୍କୁ ପଦରୁ ହଟାଇବାକୁ କିଛି କର୍ମୀ କଂଗ୍ରେସ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ନିଜ ଇସ୍ତଫା ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...

'ବହୁଦିନ ସଭାପତି ରହିଲିଣି ପରିବର୍ତ୍ତନ ହେଇପାରେ'
'ବହୁଦିନ ସଭାପତି ରହିଲିଣି ପରିବର୍ତ୍ତନ ହେଇପାରେ'

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ନୀରବତା ଭଙ୍ଗ କରିଛନ୍ତି ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିପିଲି ଉପନିର୍ବାଚନ ଫଳାଫଳ ପରେ ପିସିସି ସଭାପତିଙ୍କୁ ପଦରୁ ହଟାଇବାକୁ କିଛି କର୍ମୀ କଂଗ୍ରେସ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ନିଜ ଇସ୍ତଫା ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

'ବହୁଦିନ ସଭାପତି ରହିଲିଣି ପରିବର୍ତ୍ତନ ହେଇପାରେ'

ସେ କହିଛନ୍ତି ଯେ, "ବିଜେଡି ଦଳ ଭଳି ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ । ମୁଁ ପଦରେ ରହିବି ନା ନାହିଁ ଏହା ମୋ ପାର୍ଟିର ଭିତର କଥା । ମୁଁ ହାଇକମାଣ୍ଡଙ୍କୁ ପିପିଲି ଉପନିର୍ବାଚନ ଫଳ ଆସିବା ପୂର୍ବରୁ ଚିଠି ଲେଖିଛି କିନ୍ତୁ ଚିଠିରେ କଣ ଲେଖିଛି ସେ କଥା ଗଣମାଧ୍ୟମକୁ କହିବି ନାହିଁ । AICC କିଛି ନିଷ୍ପତ୍ତି ନନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି। ଯେଉଁ ପର୍ଯ୍ୟନ୍ତ ସଭାପତି ଅଛି ନେତୃତ୍ୱ ନେଉଥିବି । ବହୁଦିନ ହେବ ସଭାପତି ରହିଲିଣି ପରିବର୍ତ୍ତନ ହୋଇପାରେ।"

ଦଳରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ସଭାପତି ପାଇଁ ଯୋଗ୍ୟ ବୋଲି କହିଛନ୍ତି ପିସିସି ସଭାପତି । ନିରଞ୍ଜନଙ୍କୁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବେ ନାହିଁ କହିଛନ୍ତି । ତେବେ ଇସ୍ତଫା ନେଇ କୌଣସି ସ୍ପଷ୍ଟୋକ୍ତି ଦେବାକୁ ସିଧାସଳଖ ମନା କରି ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Oct 7, 2021, 5:17 PM IST

ABOUT THE AUTHOR

...view details