ଭୁବନେଶ୍ବର:ଓଡିଶା ପୋଲିସର ୬୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗୃହମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏ ନେଇ ଓଡିଶା ପୋଲିସ ଡିଜିପି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ସେହିପରି ସାହସିକତା ପାଇଁ 2 ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯିବ ।
ଓଡିଶା ପୋଲିସର ୬୭ ଜଣଙ୍କୁ 'ସାହସିକତା ପୋଲିସ ମେଡାଲ', 2 ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର - 75th Indepndnence day
ସ୍ବାଧୀନତା ଦିବସ ପୂର୍ବରୁ ଗୃହ ମନ୍ତ୍ରଣାଳୟ ଘୋଷଣା କଲା ପୋଲିସ ସାହସିକତା ପୁରସ୍କାର । ଓଡିଶା ପୋଲିସର ୬୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ଅଧିକ ପଢନ୍ତୁ...
୭୫ତମ ସ୍ବାଧୀନତା ଦିବସ ପୂର୍ବରୁ ଭାରତ ସରକାରଙ୍କ ଗୃହମନ୍ତ୍ରଣାଳୟ ପକ୍ଷରୁ ସାହସିକତା ପୁରସ୍କାର ଘୋଷଣା କରାଯାଇଛି । ସାରା ଭାରତରୁ ୧୩୦୮ ଜଣ ପୋଲିସକୁ ସାହସିକତା ମେଡାଲ ମିଳିଥିବାବେଳେ ଓଡିଶାରୁ ୬୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ବିଶେଷ କରି ମାଓବାଦୀଙ୍କ ସହିତ ସାହସିକତାର ସହିତ ଲଢେଇ କରିଛନ୍ତି ଏହି ବୀର ।
ପୋଲିସ ଗ୍ୟାଲେଣ୍ଟ୍ରି ପଦକ ପାଇଁ ମନୋନୀତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ଓଡିଶାରୁ ୬୭ ଜଣ ପୋଲିସ ସାହସିକତା ପୋଲିସ ପଦକ ପାଇଁ ନନୋନୀତ ହୋଇଛନ୍ତି । ଗତ ଦୁଇ ବର୍ଷରେ ମାଓବାଦୀ ଲଢେଇ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏହି ପଦକ ପାଇଁ ମନୋନୀତ ହୋଇଥିବା ପୋଲିସ ।