ଓଡିଶା

odisha

By

Published : Jan 4, 2022, 10:48 PM IST

ETV Bharat / city

DGP Calls on Governor: ରାଜ୍ୟପାଳଙ୍କୁ ସାକ୍ଷାତ କଲେ ପୋଲିସ ମହାନିର୍ଦ୍ଦେଶକ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ନବ ନିଯୁକ୍ତ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ । ଅଧିକ ପଢନ୍ତୁ

DGP Meet Governor
DGP Meet Governor

ଭୁବନେଶ୍ବର:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ନବ ନିଯୁକ୍ତ ପୋଲିସ ମହାନିର୍ଦ୍ଦେଶକ (Odisha Police DG Sunil Bansal calls on Governor at Rajbhawan) ସୁନୀଲ କୁମାର ବଂଶଲ ।

ଆଜି (ମଙ୍ଗଳବାର) ରାଜଭବନ ଯାଇ ପୋଲିସ ମହାନିର୍ଦ୍ଦେଶକ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟବାସୀଙ୍କ ଉତ୍ତମ ସେବା ଯୋାଗଇ ଦେବାକୁ ନୂଆ ପୋଲିସ ଡିଜିଙ୍କୁ ପରାମର୍ଶ ଦେଇଛନ୍ତି ।

ଗତ 31 ତାରିଖରେ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବାପରେ ଗତ 2 ତାରିଖରେ ପୋଲିସ ଡିଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details