ଭୁବନେଶ୍ବର: ଓଡିଶା ପୋଲିସର 87 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଅନରେ କମିଶନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିଶନରେଟ ପୋଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଜି(ଶୁକ୍ରବାର) ସଂକଳ୍ପ ନିଆଯାଇଥିବା ପୋଲିସ କମିଶନର କହିଛନ୍ତି।
ରାଜଧାନୀରେ ଓଡିଶା ପୋଲିସର 87 ତମ ପ୍ରତିଷ୍ଠା ଦିବସ ପାଳିତ - ଓଡିଶା ପୋଲିସର 87 ତମ ପ୍ରତିଷ୍ଠା ଦିବସ
ଓଡିଶା ପୋଲିସର 87 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଅନରେ କମିଶନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ
ରାଜଧାନୀରେ ଓଡିଶା ପୋଲିସର 87 ତମ ପ୍ରତିଷ୍ଠା ଦିବସ ପାଳିତ
ସେବା ମନୋବୃତ୍ତି ନେଇ କମିଶନରେଟ ପୋଲିସ କାମ କରିବ। ଜନସାଧାରଣଙ୍କ ନିକଟରେ ପହଁଚିବା ପାଇଁ ଯେଉଁ କାମ ପୂର୍ବରୁ ଚାଲୁଥିଲା ଏବଂ ଏବେ ଚାଲିଛି । ତାକୁ ପୁନଃରୂପ ଦେଇ ଆଗେଇ ନେବାକୁ କହିଛନ୍ତି ସିପି । ଏହାସହ ଆଜିଠୁ କମିଶନରେଟ ପୋଲିସ ପକ୍ଷରୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଷ୍ଟ୍ରେସ ମ୍ୟାନେଜମେଣ୍ଟ ପାଇଁ ବ୍ଲିସ (bliss) କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ପୋଲିସ କମିଶନର।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ