ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ2 କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ 4ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳକୁ ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପରେ ୱେବସାଇଟରେ ହେବ ଉପଲବ୍ଧ ।
ଛାତ୍ରଛାତ୍ରୀ ମାନେ ସେମାନଙ୍କ ରେଜଲ୍ଟ www.orissaresults.nic.in ୱେବସାଇଟରେ ଦେଖିପାରିବେ । ରୋଲ ନମ୍ବର ଓ ଆବଶ୍ୟକ ତଥ୍ୟ ଦେଇ ପରୀକ୍ଷାର୍ଥୀ ସେମାନଙ୍କ ଫଳ ଜାଣିପାରିବେ । ତେବେ ଆଜି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସେପ୍ଟେମ୍ବର 3 ତାରିଖରେ ଘୋଷଣା କରିଥିଲେ ।