ଓଡିଶା

odisha

ETV Bharat / city

କୋଭିଡ୍ ଔଷଧ 2-ଡିଜି ପାଇଁ ଅର୍ଡର ଦେଲା ଓଡିଶା

ରାଜ୍ୟକୁ ଆସିବ କୋରୋନା ସଞ୍ଜିବନୀ 2-ଡିଜି । ଏନେଇ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ଔଷଧ 2ଡିଜି ପାଇଁ ଅଡର ଦେଲା  ଓଡିଶା
କୋରୋନା ଔଷଧ 2ଡିଜି ପାଇଁ ଅଡର ଦେଲା ଓଡିଶା

By

Published : May 29, 2021, 7:00 PM IST

Updated : May 29, 2021, 7:05 PM IST

ଭୁବନେଶ୍ବର:କୋରୋନା ମୁକାବିଲା ପାଇଁ ଡିଆରଡିଓ ପ୍ରସ୍ତୁତ କରିଥିବା ଆଣ୍ଟି କୋଭିଡ-19 ଔଷଧ 2-ଡିଜି ଆଣିବାକୁ ଅର୍ଡର ଦେଲେ ରାଜ୍ୟ ସରକାର । 5 ହଜାର ସାଚେଟ 2 ଡିଜି ପାଇଁ ଦିଆଗଲା ଅର୍ଡର।

ରାଜ୍ୟକୁ ଆସିବ କୋରୋନା ସଞ୍ଜିବନୀ । ଏନେଇ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି । 5 ହଜାର ସାଚେଟ ମେଡିସିନ ଆସିବ । ତେବେ ଏହି ଔଷଧକୁ ଉତ୍ପାଦନ କରୁଥିବା ଡକ୍ଟର ରେଡ୍ଡୀ ଲାବରେଟୋରୀ ପକ୍ଷରୁ ଏହାର ଦାମ ପାଉଚ ପ୍ରତି 9ଶହ 90 ଟଙ୍କା ରଖାଯାଇଛି । ତେବେ ଏହି ମେଡିସିନକୁ ସରକାରୀ ହସ୍ପିଟାଲ ପକ୍ଷରୁ ରିହାତି ଦରରେ ଦେବାକୁ ବ୍ୟବସ୍ଥା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଔଷଧର କ୍ଲିନିକାଲ ଟ୍ରୋଏଲ ସମୟରେ କୋଭିଡ ରୋଗୀଙ୍କ ଅକ୍ସିଜେନ ସ୍ତର ସୁଧୁରିଥିବା କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଏମ୍ସରେ ରୋଗୀଙ୍କୁ ଦିଆଯାଇଛି । ଭୂତାଣୁର କ୍ଷୀପ୍ରତା ସମୟରେ ଏହି ଔଷଧ ନୂଆ ସମ୍ଭାବନା ସୃଷ୍ଟି କରିଛି।

ଏହି ଔଷଧ ଭାରତୀୟ ଗବେଷଣା ସଂସ୍ଥା ଡ଼ିଆରଡ଼ିଓ ଓ ଡକ୍ଟର ରେଡ୍ଡୀ ମିଳିତ ସହଯୋଗରେ ବିକଶିତ ହୋଇଛି ।

ଚଳିତ ମାସ ଆରମ୍ଭରେ ଡିଜିସିଆଇ ମଧ୍ୟ ଏହାକୁ କୋରୋନା ମୁକାବିଲା ପାଇଁ ଜରୁରୀକାଳୀନ ଭାବେ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏହି ଔଷଧ ସଂକ୍ରମଣ ରୋକିବା ସହ ଗୁରୁତର ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରୁଥିବା ଦର୍ଶାଯାଇଛି । ଜୁନ ମାସ ମଧ୍ୟ ଭାଗକୁ ଏହାର ବ୍ୟବସାୟିକ କାରବାର ଲଞ୍ଚ କରାଯିବ ।

ଏହି ଔଷଧ ପାଉଡର ଭାବେ ମିଳିଥାଏ । ଏହାକୁ ପାଣିରେ ମିଶାଇ ରୋଗୀଙ୍କୁ ପିଇବାକୁ ଦିଆଯାଏ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 29, 2021, 7:05 PM IST

ABOUT THE AUTHOR

...view details