ଓଡିଶା

odisha

ETV Bharat / city

ପ୍ରଥମ ଥର ପାଇଁ ପିଜି ଏକକ ପରୀକ୍ଷା ଆରମ୍ଭ, 3 ଟି ସିଟିଂରେ ହେଉଛି ପରୀକ୍ଷା - odisha pg entrance exam first in india

ପ୍ରଥମ ଥର ପାଇଁ ଆରମ୍ଭ ହେଲା ପିଜି ଏକକ ପ୍ରବେଶିକା ପରୀକ୍ଷା । ତେବେ ୨୬ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୬୨ ହଜାର ୧୮୯ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଅଧିକ ପଢନ୍ତୁ...

odisha pg entrance exam first in india
ପ୍ରଥମ ଥର ପାଇଁ ପିଜି ଏକକ ପରୀକ୍ଷା ଆରମ୍ଭ, 3 ଟି ସିଟିଂରେ ହେଉଛି ପରୀକ୍ଷା

By

Published : Oct 12, 2020, 11:53 AM IST

ଭୁବନେଶ୍ବର: ପ୍ରଥମ ଥର ପାଇଁ ଆରମ୍ଭ ହେଲା ପିଜି ଏକକ ପ୍ରବେଶିକା ପରୀକ୍ଷା । ତେବେ ଏହି ପରୀକ୍ଷା ତିନୋଟି ସିଟିଂରେ ଆରମ୍ଭ ହେଉଛି। ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି।

ପ୍ରଥମ ଥର ପାଇଁ ପିଜି ଏକକ ପରୀକ୍ଷା ଆରମ୍ଭ, 3 ଟି ସିଟିଂରେ ହେଉଛି ପରୀକ୍ଷା

ଅକ୍ଟୋବର ୨୨ ପର୍ଯ୍ୟନ୍ତ ୨୬ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୬୨ ହଜାର ୧୮୯ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ପ୍ରତି ବିଷୟରେ ପରୀକ୍ଷା 90 ମିନିଟ ଧରି କରାଯାଉଥିବା ବେଳେ ପ୍ରତ୍ୟେକ ଦିନ 3 ଟି ସିଟିଂରେ ପରୀକ୍ଷା କରାଯିବ। ପ୍ରତ୍ୟେକ ସିଟିଂ ମଧ୍ୟରେ ଏକ ଘଣ୍ଟାର ବ୍ୟବଧାନ ରହିବ। ପରୀକ୍ଷା ସମୟରେ ସାମାଜିକ ଦୂରତା ସହ କୋଭିଡ୍ ନିୟମାବଳୀ ଅନୁପାଳନ କରିବାକୁ ସମସ୍ତ ୨୬ଟି ପରୀକ୍ଷା କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details