ଭୁବନେଶ୍ବର: ଏଥର ମୋଦିଙ୍କ ପରି ରେଡିଓରେ ନିଜ ମନର କଥା କହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ଓଡିଶାର 10ଟି କୃଷି ବିଜ୍ଞାନ କେନ୍ଦ୍ରକୁ କମ୍ୟୁନିଟି ରେଡିଓ ପ୍ରସାରଣ ପାଇଁ ଲାଇସେନ୍ସ ଦେବାକୁ ଯାଉଛନ୍ତି । ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦୁଝର ଓ ନୟାଗଡରେ ଏହି କେନ୍ଦ୍ର ଖୋଲିବ ।
ରେଡିଓରେ ମନ କି ବାତ୍ କହିବେ ନବୀନ ! - cm naveen patnaik man ki baat
କେନ୍ଦ୍ର ସରକାର ଓଡିଶାର 10ଟି କୃଷି ବିଜ୍ଞାନ କେନ୍ଦ୍ରକୁ କମ୍ୟୁନିଟି ରେଡିଓ ପ୍ରସାରଣ ପାଇଁ ଲାଇସେନ୍ସ ଦେବାକୁ ଯାଉଛନ୍ତି । ଯେଉଁଥିରେ ମୋଦିଙ୍କ ପରି ରେଡିଓରେ ନିଜ ମନର କଥା କହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଫାଇଲ ଫଟୋ
ସୂଚନାନୁଯାୟୀ, ରାଜ୍ୟର ପ୍ରତିଟି ଜିଲ୍ଲାରେ କମ୍ୟୁନିଟି ରେଡିଓ ସେଣ୍ଟର ଖୋଲାଯିବା ନେଇ ଗତ 2016 ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲା । ଏନେଇ 30ଟି ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରୁ ପରିଚାଳିତ ହେବାକୁ ଥିବା ବିଜୁ ଗାଁ ରେଡିଓ ଷ୍ଟେସନ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଥିଲା । ହେଲେ ଯୋଜନାଟି 3 ବର୍ଷ ପରେ ବାସ୍ତବତାର ରୂପ ନେବାକୁ ଯାଉଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ