ଭୁବନେଶ୍ବର: ଖୁବଶୀଘ୍ର କଂଗ୍ରେସର ହେବ ନବକଳେବର । ତୃଣମୂଳ ସ୍ତରରୁ ପରିବର୍ତ୍ତନ ହେବ । ମୋହର କାହା ନାମରେ ବାଜିଛି ତାହା ଖୁବଶୀଘ୍ର ହାଇକମାଣ୍ଡ ଜଣାଇବେ । ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନବକଳବର ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ଖୁବଶୀଘ୍ର ହେବ ପିସିସି ସଭାପତି ପରିବର୍ତ୍ତନ । ତୃଣମୂଳ ସ୍ତରରୁ ପରିବର୍ତ୍ତନ ହେବ ସଙ୍ଗଠନ । ମୋହର କାହା ନାମରେ ବାଜିଛି ତାହା ଖୁବଶୀଘ୍ର ହାଇକମାଣ୍ଡ ଜଣାଇବେ । ନିର୍ବାଚନ ଥାଉ ଅବା ନଥାଉ କିନ୍ତୁ ଖୁବଶୀଘ୍ର ଦଳର ନବକଳେବର ।
ଖୁବଶୀଘ୍ର କଂଗ୍ରେସର ହେବ ନବକଳେବର: କଂଗ୍ରେସ ବିଧାୟକ - କଂଗ୍ରେସ ବିଧାୟକ
ଖୁବଶୀଘ୍ର କଂଗ୍ରେସର ହେବ ନବକଳେବର । ତୃଣମୂଳ ସ୍ତରରୁ ପରିବର୍ତ୍ତନ ହେବ । ମୋହର କାହା ନାମରେ ବାଜିଛି ତାହା ଖୁବଶୀଘ୍ର ହାଇକମାଣ୍ଡ ଜଣାଇବେ । ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ
ହାଇକମାଣ୍ଡଙ୍କ ସହ ରାଜ୍ୟ ନେତାଙ୍କର ୱାନ ଟୁ ୱାନ ଆଲୋଚନା ହୋଇଛି । କିଏ କଣ ମତ ରଖିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିଏ ପିସିସି ସଭାପତି ହେବ ତାହା କେହି ମଧ୍ୟ ଜାଣିନାହାନ୍ତି । ଯିଏବି ପିସିସି ହୁଅନ୍ତୁ ,ସ୍ଵାଗତ କରିବୁ ଓ ମିଶିକି କାମ କରିବୁ ବୋଲି ସେ କହିଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ବ୍ୟକ୍ତି ବିଶେଷ ହାଇକମାଣ୍ଡଙ୍କୁ ଭେଟିଥବା ଶୁଣିବାକୁ ପାଉଛୁ । ଯିଏ ବି ଆମ ଦଳକୁ ଆସିବେ ଭଲ କଥା । ଆମେ ତାଙ୍କୁ ସ୍ବାଗତ କରିବୁ ବୋଲି ବିଧାୟକ କହିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ସାଂସଦ ତଥାଗତ ଶତପଥୀ କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା ହେଉଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ