ଓଡିଶା

odisha

ETV Bharat / city

ରାଜ୍ୟ କଂଗ୍ରେସରେ ମହାସଙ୍କଟ, ମୁରବୀ ବିହୀନ କଂଗ୍ରେସ !

ରାଜ୍ୟ କଂଗ୍ରେସର ଅନ୍ତଃକନ୍ଦଳ ଏବେ ଚରମ ସୀମାରେ । ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଛନ୍ତି ଦଳୀୟ ନେତୃତ୍ବ । ଦଳର କିଛି ନେତା ନିରଞ୍ଜନ ଇସ୍ତଫା ଦେଇଛନ୍ତି ବୋଲି କହୁଥିବାବେଳେ ସେପଟେ, ପିସିସି ମୁଖିଆ କିନ୍ତୁ ଏ ବିଷୟରେ ସ୍ପଷ୍ଟ କରିନାହାଁନ୍ତି । ଅଧିକ ପଢନ୍ତୁ...

By

Published : Oct 8, 2021, 8:51 PM IST

Odisha pcc president crisis
ରାଜ୍ୟ କଂଗ୍ରେସରେ ସଙ୍କଟ, ମୁରବି ବିହୀନ କଂଗ୍ରେସ

ଭୁବନେଶ୍ବର: ଅସଙ୍ଗଠିତ କଂଗ୍ରେସ । ନିୟନ୍ତ୍ରଣରେ ନାହିଁ ରାଜ୍ୟ କଂଗ୍ରେସ ! ପିପିଲି ଉପନିର୍ବାଚନରେ କଂଗ୍ରେସ ଅମାନତ ହରାଇବା ପରେ ଦଳରେ ଆରମ୍ଭ ହୋଇଯାଇଛି ବିରୋଧ । ଦୀର୍ଘ ଦିନରୁ କୁହୁଳୁଥିବା ନିଆଁ ଏବେ ପଦାକୁ ବାହାରିଛି । କଂଗ୍ରେସର ଅନ୍ତଃଦ୍ବନ୍ଦ ପାଇଁ ପିସିସି ସଭାପତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପିସିସି ସଭାପତି ନିରଞ୍ଜନଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଛନ୍ତି ଦଳୀୟ ନେତୃତ୍ବ ।

ରାଜ୍ୟ କଂଗ୍ରେସରେ ସଙ୍କଟ, ମୁରବି ବିହୀନ କଂଗ୍ରେସ

କଂଗ୍ରେସର ଅନ୍ତଃକନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି । ଦଳର କିଛି ନେତା ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ସେପଟେ ନିରଞ୍ଜନ ପଟ୍ଟନାୟକ କିନ୍ତୁ ଏ ବିଷୟରେ ସ୍ପଷ୍ଟ କରିନାହାଁନ୍ତି ।

ଦେଶର ସର୍ବପୁରାତନ ଦଳର ପ୍ରଦର୍ଶନକୁ ନେଇ ସିଧାସଳଖ ଦଳର ନେତୃତ୍ବକୁ ଦ୍ବାୟୀ କରିଛନ୍ତି ଦଳର ନେତା । ପିପିଲି ଉପନିର୍ବାଚନ ବିପର୍ଯ୍ୟୟ ପରେ ଦଳୀୟ କର୍ମୀଙ୍କ ରୋଷର ଶିକାର ହୋଇଛନ୍ତି ପିସିସି ସଭାପତି । ପିସିସି ସଭାପତି ଇସ୍ତଫା ଦେଇଛନ୍ତି ବୋଲି ଧାରଣା ସୃଷ୍ଟି ହୋଇଛି । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ନେଇ ସୁର ରାଉତ ରାୟ କହିଛନ୍ତି ଯେ ସଭାପିତ ଇସ୍ତଫା ଦେଇଛନ୍ତି କି ନାହିଁ ତୁରନ୍ତୁ ସ୍ପଷ୍ଟ କରନ୍ତୁ । ଯଦି ଇସ୍ତଫା ଦେଇଛନ୍ତି ଘୋଷଣା କରନ୍ତୁ । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ତର୍ଜମା କରି ଓଡିଶା ପ୍ରଦେଶ କଂଗ୍ରେସ ଉପରେ ନିଷ୍ପତି ନିଅନ୍ତୁ । ଆଗକୁ ନିର୍ବାଚନ ଏ ଭଳି ଅବସ୍ଥା ଦଳର କର୍ମୀଙ୍କ ଉପରେ ପଡୁଛି ।

ସେପଟେ ରାଜ୍ୟ କଂଗ୍ରେସର ଅବସ୍ଥାକୁ ନେଇ ପୂର୍ବତନ ପିସିସି ସଭାପତି ଶରତ ରାଉତ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏ ବିଷୟରେ ନିରଞ୍ଜନ ପଟ୍ଟନାୟକ ହିଁ ମତ ରଖିପାରିବେ। ଦଳର ଏ ଭଳି ସ୍ଥିତି ଦଳୀୟ କର୍ମୀ ଉପରୁ ପଡୁଛି। ଯଦି ଇସ୍ତଫା ଦେଇଛନ୍ତି ସେ ନିଜେ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଶରତ ।

ଉତ୍ତରପ୍ରଦେଶ ଲଖିମପୁର ଖେରୀରେ କୃଷକ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧି କୃଷକ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଉତ୍ତରପ୍ରଦେଶ ସରକାର ଦ୍ୱାରା ଅଧାବାଟରେ ଅଟକ ରଖିଥିଲେ । ଗୁରୁବାର ଦଳୀୟ ବିକ୍ଷୋଭରେ ବିଧାୟକ ସୁର ରାଉତରାୟଙ୍କୁ ଛାଡିଦେଲେ ଆଉ କୌଣସି ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା । ପିସିସି ପକ୍ଷରୁ ଭୁବନେଶ୍ୱରରେ କଂଗ୍ରେସ ଭବନରୁ ଏକ ବଡ ରାଲି ବାହାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ଦେଖିବାକୁ ମିଳିନଥିଲା ।

ପ୍ରଦୀପ ମାଝୀଙ୍କ ଦଳ ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲିଛି । ଦିଲ୍ଲୀରେ ଯାଇ ରାହୁଲ ଗାନ୍ଧୀଙ୍କ ସହ ଫୋଟୋ ପୋଷ୍ଟ କରୁଛନ୍ତି । ହେଲେ ଦଳୀୟ କାର୍ଯ୍ୟକ୍ରମ ଠାରୁ ନିଜକୁ ଦୂରେଇ ରଖୁଛନ୍ତି । ସରକାରଙ୍କ ପ୍ରତି ପୂର୍ବରୁ ଥିବା କଡା ଆଭିମୁଖ୍ୟ ନରମି ଯିବା ଏବଂ ପ୍ରଦୀପ ହଠାତ ନୀରବ ରହିବାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଦେଶର ସର୍ବପୁରାତନ ଦଳ କଂଗ୍ରେସର ଭାଗ୍ୟ ସାରା ଦେଶରେ ସଙ୍କଟ ଭିତରେ ଗତି କରୁଥିବା ବେଳେ ଓଡ଼ିଶାରେ ସମାନ ଛବି ଦେଖିବାକୁ ମିଳିଛି । ପିସିସି ସଭାପତି ପରିବର୍ତ୍ତନ ନେଇ କେବେ ସ୍ପଷ୍ଟ ଚିତ୍ର ଆସିବ ଆଉ, ଆଗକୁ ରାଜ୍ୟ କଂଗ୍ରେସର ଗତି କୁଆଡେ, ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details