ଓଡିଶା

odisha

ETV Bharat / city

ଆରମ୍ଭରୁ ଝୁଣ୍ଟିଲା ରାଜ୍ୟ କଂଗ୍ରେସ !

ରାଜ୍ୟ କଂଗ୍ରେସର ପ୍ରସ୍ତାବିତ ସଭ୍ୟ ସଂଗ୍ରହ ଅଭିଯାନକୁ କିଛିଦିନ ପାଇଁ ସ୍ଥଗିତ ରଖିଲା ଦଳ ।

By

Published : Sep 4, 2019, 8:49 PM IST

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନ ପରେ କଂଗ୍ରେସରେ ସୃଷ୍ଟି ହୋଇଥିବା ବିପର୍ଯ୍ୟର ମୁକାବିଲା ପାଇଁ ଦଳ ଅଣ୍ଟା ଭିଡିଛି । ସୋନିଆ ଗାନ୍ଧୀ ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେବାପରେ ରାଜ୍ୟ କଂଗ୍ରେସର ପୁର୍ନଗଠନ ପାଇଁ ପ୍ରାଥମିକ ପଦକ୍ଷେପ ନେଇଥିଲେ । ଫଳ ସ୍ବରୂପ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ବ୍ୟତୀତ ଅନ୍ୟ ସମସ୍ତ କମିଟିକୁ ଭାଙ୍ଗିଦେଇଥିଲେ । ଏହାସହ ତୁରନ୍ତ ରାଜ୍ୟ କମିଟିର ପୁର୍ନଗଠନ କରିବାକୁ ନିର୍ଦେଶ ଦେଇଥିଲେ । ପୁଣିଥରେ ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ ସଭାପତି ପଦ ବଜାୟ ରଖିବା ପରେ ପୌର ନିର୍ବାଚନ ପୂର୍ବରୁ ଦଳକୁ ଫର୍ମକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

ଏଥିପାଇଁ ସେପ୍ଟେମ୍ବର 6ରୁ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବା ପାଇଁ ଦଳ ଘୋଷଣା କରିଥିଲା । ହେଲେ ତା ପୂର୍ବରୁ ସଭାପତି ବିଦେଶ ଗସ୍ତରେ ଅଛନ୍ତି। ଫଳରେ ଆସନ୍ତା 6ରୁ ପ୍ରସ୍ତାବିତ ସଭ୍ୟ ସଂଗ୍ରହ ଅଭିଯାନକୁ ଦଳ ଏବେ ସ୍ଥଗିତ ରଖିଛି । ଯେହେତୁ ରାଜ୍ୟରେ ଦଳର କୌଣସି କମିଟି କାର୍ଯ୍ୟକାରୀ ନାହିଁ ତେଣୁ ସଭାପତିଙ୍କ ଅନୁପସ୍ଥିତିରେ ସଭ୍ୟ ସଂଗ୍ରହ ଅଭିଯାନକୁ ଆରମ୍ଭ କରିବାକୁ ନେତା ଉଚିତ୍ ମଣି ନାହିଁନ୍ତି ।

କାରଣ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ଦଳର ଏକ ପ୍ରମୁଖ ଗୋଷ୍ଠୀ ଖୁସୀ ନାହାଁନ୍ତି । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରସ୍ତାବିତ ସଭ୍ୟ ସଂଗ୍ରହ ଅଭିଯାନକୁ ବାତିଲ କରାଯାଇଥିବା କୁହାଯାଉଛି । ପରବର୍ତ୍ତୀ ସମୟରେ ସଭାପତି ବିଦେଶ ଗସ୍ତରୁ ଫେରିବା ପରେ ଦଳ ସମସ୍ତ ନେତାଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ କଂଗ୍ରେସର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡିଛି।

ABOUT THE AUTHOR

...view details