ଓଡିଶା

odisha

By

Published : Aug 17, 2020, 1:17 PM IST

ETV Bharat / city

ଆମରଣ ଅନଶନରେ ବସିଲା ଓଡିଶା ଅଭିଭାବକ ମହାସଂଘ

ନଅ ତାଲା ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଆମରଣ ଅନଶନ । ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ପିଲାମାନଙ୍କ ନାମ ଲେଖା ପାଇଁ ରହିଛି 25 ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା । ହେଲେ ସ୍କୁଲ ଗୁଡିକ ଏହି ନିୟମ ମାନୁ ନଥିବା ଅଭିଯୋଗ । ଅଧିକ ପଢନ୍ତୁ....

Odisha Parents Federation is on a hunger strike in front of the Na Tala
ନ ତାଲା ସମ୍ମୁଖରେ ଆମରଣ ଅନଶନ ରେ ଓଡିଶା ଅଭିଭାବକ ମହାସଙ୍ଘ

ଭୁବନେଶ୍ବର:ରାଜଧାନୀର ନ’ତାଲା ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଆମରଣ ଅନଶନ । ଘରୋଇ ସ୍କୁଲ ଗୁଡିକରେ ଆର୍ଥିକ ଅନଗ୍ରସର ପିଲାମାନଙ୍କ ନାମ ଲେଖା ପାଇଁ 25 ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବାର ବ୍ୟବସ୍ଥା ରହିଛି। ଏନେଇ 2009ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା ମଧ୍ୟ କରିଥିଲା । କିନ୍ତୁ ବର୍ତ୍ତମାନ କୌଣସି ବେସରକାରୀ ବିଦ୍ୟାଳୟରେ ତାହାକୁ ପାଳନ କରୁନଥିବା ଅଭିଯୋଗ ହୋଇଛି ।

ନ ତାଲା ସମ୍ମୁଖରେ ଆମରଣ ଅନଶନ ରେ ଓଡିଶା ଅଭିଭାବକ ମହାସଙ୍ଘ

ଘରୋଇ ବିଦ୍ୟାଳୟ ସିଟ ଗୁଡିକୁ ବହୁତ ଅଧିକ ପଇସାରେ ବିକ୍ରି କରି ଦେଉଛନ୍ତି । 2009 ରୁ 2019 ମସିହା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ନ ହେବା ଫଳରେ ପାଖାପାଖି 6ଲକ୍ଷ ଛାତ୍ରଛାତ୍ରୀ ଇଂଲିଶ ମିଡ଼ିୟମ ସ୍କୁଲରେ ପାଠ ପଢିବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଅଭିଭାବକ ମହାସଂଘ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି । ଏନେଇ ଆଜି(ସୋମବାର) ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଏହାର ତୁରନ୍ତ କାର୍ଯ୍ୟକାରୀ ଦାବିରେ ନତାଲା ସମ୍ମୁଖରେ ଆମରଣ ଅନଶନ ଦିଆଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details