ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି (Gazette notification for panchayat election) । ବିଜ୍ଞପ୍ତି ମାଧ୍ୟମରେ ନିର୍ବାଚନ ପାଇଁ ଆହ୍ବାନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ଠାରୁ ଅନୁମୋଦନ ଲାଭ କରିବା ପରେ ଆଜି ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଡ଼. ଜ୍ଞାନ ଦାସଙ୍କ ହସ୍ତାକ୍ଷର ଯୁକ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ।ପଞ୍ଚାୟତ ନିର୍ବାଚନ ଘୁଞ୍ଚିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଏକ ପ୍ରକାର ଅନ୍ତଃ ହୋଇଛି ।
Panchayat Poll Gazette Notification: ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି, ଖୁବଶୀଘ୍ର ତାରିଖ ଘୋଷଣା - ଗେଜେଟ ବିଜ୍ଞପ୍ତି
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି (Gazette notification for panchayat election) । ରାଜ୍ୟପାଳଙ୍କ ଠାରୁ ଅନୁମୋଦନ ଲାଭ କରିବା ପରେ ଆଜି ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ
ଠିକ ସମୟରେ ନିର୍ବାଚନ ହେବା ନେଇ ରାସ୍ତା ପରିଷ୍କାର ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି । ବିଜ୍ଞପ୍ତି ମାଧ୍ୟମରେ ନିର୍ବାଚନ ପାଇଁ ଆହ୍ବାନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ଠାରୁ ଅନୁମୋଦନ ଲାଭ କରିବା ପରେ ଆଜି ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଡ଼. ଜ୍ଞାନ ଦାସଙ୍କ ହସ୍ତାକ୍ଷର ଯୁକ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ମଧ୍ୟ ଆହ୍ବାନ କରାଯାଇଛି । ଯେକୌଣସି ସମୟରେ ମଧ୍ୟ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ତେବେ ଜଗତସିଂହପୁର ଏରସମାର ଢିଙ୍କିଆ ପଞ୍ଚାୟତରେ ନିର୍ବାଚନ ନହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ