ଓଡିଶା

odisha

ETV Bharat / city

Panchayat Poll: ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ - ପ୍ରଥମ ଦିନରେ 22 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ଦିନରେ ୱାର୍ଡ ମେମ୍ଵର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଅଧିକ ପଢନ୍ତୁ

PanchayatPoll
PanchayatPoll

By

Published : Jan 17, 2022, 8:13 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ (Panchayat Election) ପାଇଁ ପ୍ରଥମ ଦିନ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି (Odisha Panchayat Poll Nominations On First Day) । ପ୍ରଥମ ଦିନରେ ୱାର୍ଡ ମେମ୍ଵର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ।

ନିର୍ବାଚନ କମିଶନର ସଚିବଙ୍କ ସୂଚନା ଅନୁସାରେ ଆଜି ପ୍ରଥମ ଦିନରେ 7 ହଜାର 116 ୱାର୍ଡ ମେମ୍ଵର, 1 ହଜାର 122 ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି 512 ସମିତି ସଭ୍ୟ ଓ 22 ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପ୍ରକ୍ରିୟା ଆଜିଠାରୁ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ ।

ନିର୍ବାଚନ କମିଶନରଙ୍କ ନିୟମ ଅନୁସାରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଗ୍ରାମପଞ୍ଚାୟତରେ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନୋନୟନ ପତ୍ର ଦାଖଲ କରିବେ ।

ରାଜ୍ୟରେ ମୋଟ 91 ହଜାର 913 ୱାର୍ଡ ମେମ୍ବର, 6 ହଜାର 794 ସରପଞ୍ଚ, 6 ହଜାର 793 ପଞ୍ଚାୟତ ସମିତି ସଭ୍ୟ ଓ 853 ଜିଲ୍ଲା ପରିଷଦ ସଭ୍ୟ ପଦ ଲାଗି ନାମାଙ୍କନପତ୍ର ଦାଖଲ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details