ଓଡିଶା

odisha

ETV Bharat / city

ଦିଲ୍ଲୀ ପରେଡ଼ରେ ଓଡ଼ିଶା ପ୍ରଜ୍ଞାପନ ମେଢ ବାଦ୍‌, ପୁନର୍ବିଚାର ପାଇଁ ପାଇକଙ୍କ ଦାବି - ଓଡ଼ିଶା ପାଇକ ଏକାଡ଼େମୀର ପ୍ରତିବାଦ

ସାଧାରଣତନ୍ତ୍ର ପରେଡ଼ରେ ଓଡ଼ିଶାର ପ୍ରଜ୍ଞାପନ ମେଢ ବାଦ ପଡିବା ପରେ ପ୍ରତିବାଦ କରିଛି ଓଡ଼ିଶା ପାଇକ ଏକାଡ଼େମୀ । ଅଧିକ ପଢନ୍ତୁ

ଦିଲ୍ଲୀ ପରେଡ଼ରେ ଓଡ଼ିଶା ପ୍ରଜ୍ଞାପନ ବାଦ୍‌, ପୁନର୍ବିଚାର ପାଇଁ ପାଇକଙ୍କ ଦାବି
ଦିଲ୍ଲୀ ପରେଡ଼ରେ ଓଡ଼ିଶା ପ୍ରଜ୍ଞାପନ ବାଦ୍‌, ପୁନର୍ବିଚାର ପାଇଁ ପାଇକଙ୍କ ଦାବି

By

Published : Jan 21, 2022, 7:55 AM IST

ଭୁବନେଶ୍ବର: ଆସନ୍ତା ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଜ୍ଞାପନ ମେଢ ସ୍ଥାନ ପାଇବା ପ୍ରସଙ୍ଗ । ପାଇକ ବିଦ୍ରୋହକୁ ନେଇ ହୋଇଥିବା ଏହି ମେଢକୁ ଶେଷ ପର୍ଯ୍ୟାୟରେ ବାଦ କରିବା ପରେ ପ୍ରତିବାଦ କରିଛି ଓଡ଼ିଶା ପାଇକ ଏକାଡ଼େମୀ । ଏନେଇ ପୁନଃବିଚାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ଦାବି କରାଯାଇଛି ।

ଦିଲ୍ଲୀ ପରେଡ଼ରେ ଓଡ଼ିଶା ପ୍ରଜ୍ଞାପନ ମେଢ ବାଦ୍‌, ପୁନର୍ବିଚାର ପାଇଁ ପାଇକଙ୍କ ଦାବି

ରାଜଭବନ ସମ୍ମୁଖରେ ଓଡ଼ିଶା ପାଇକ ଏକାଡ଼େମୀ, ସମରକଳା ଏକାଡ଼େମୀ ଆଦି ବହୁ ଅନୁଷ୍ଠାନ ପକ୍ଷରୁ ଏକ ପ୍ରତିବାଦ ଧାରଣା ସହ ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଛି । ପାଇକମାନଙ୍କ ପାଇଁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ପରିତାପର ବିଷୟ । ଏଣୁ ନିଷ୍ପତ୍ତିର ପୁନର୍ବିଚାର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ।

ଏହା ବି ପଢନ୍ତୁ: ନାମାଙ୍କନ ଶେଷ ଦିନରେ ଭିଡ ନିୟନ୍ତ୍ରଣ ପାଇଁ DGPଙ୍କୁ ଚିଠି କଲେ SEC

ପୁର୍ନବିଚାର ନ କରାଗଲେ ଏହାର ଦୃଢ ପ୍ରତିବାଦ ଓଡ଼ିଶାର କୋଣ ଅନୁକୋଣରେ ଚାଲୁ ରହିବ ବୋଲି ଚେତାବନୀ ଦେଇଛି ଓଡ଼ିଶା ପାଇକ ଏକାଡେମୀ । ପାଇକ ବିଦ୍ରୋହକୁ ନେଇ ହୋଇଥିବା ମେଢର ଡିଜାଇନ୍ ପ୍ରଥମ, ଦ୍ଵିତୀୟ ତଥା ୩ୟ ପର୍ଯ୍ୟାୟରେ ପ୍ରଶଂସିତ ହୋଇ ମଧ୍ୟ ଶେଷ ପର୍ଯ୍ୟାୟରେ ବାଦ ପଡ଼ିଲା । ଏହାକୁ ମହାସଂଘ ପୁରା ବିରୋଧ କରୁଛି ଆଉ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ କେନ୍ଦ୍ରକୁ ଜାଣନ୍ତୁ ବୋଲି ସଂଘ ଦାବି କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details